ମୃତକ ପ୍ରେମୀ ଯୁଗଳ

ମାଲକାନଗିରି: ମୃତକ ପ୍ରେମୀ ଯୁଗଳ । ଏଭଳି ଘଟଣା ଦେଖବବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଗୋମ୍ଫାକୋଣ୍ଡା ପଞ୍ଚାୟତରରେ । କନାଗୁଡା କେନାଲ ନିକଟବର୍ତ୍ତୀ ଜଙ୍ଗଲ ଭିତରୁ ୨ ଜଣଙ୍କ ମୃତଦେହ ଉଦ୍ଧାର ।ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ପୁଅ ଝିଅଙ୍କ ବୟସ ୨୦ରୁ ୨୫ବର୍ଷ ମଧ୍ୟରେ ହେବ ।

ତେବେ ବର୍ତ୍ତମାନ ସୁଦ୍ଧା ଉଭୟଙ୍କ ପରିଚୟ ମିଳିପାରିନାହିଁ ।ଉଭୟ ବେଲ୍ଟ ସାହାଯ୍ୟରେ ଗଛରେ ଝୁଲୁଥିବା ଅବସ୍ଥାରେ ସ୍ଥାନୀୟଲୋକ ଦେଖିଥିଲେ । ଉଭୟ ମୃତକ ପ୍ରେମୀ ଯୁଗଳ ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ସେମାନେ ଆତ୍ମହତ୍ୟା କରିଛନ୍ତି ନା’ ସେମାନଙ୍କୁ ହତ୍ୟା କରାଯାଇଛି ତାହା ସଠିକ୍ ଭାବେ ଜଣାପଡିନାହିଁ । ମୃତଦେହଠାରୁ କିଛି ଦୂରରେ ଗୋଟିଏ ଆପାଚୀ ବାଇକ୍ ପଡିଥିଲା ।କାଲିମେଳା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।