ନୂଆପଡ଼ା: ସରିଛି ନୂଆପଡା ଉପନିର୍ବାଚନ । ଏବେ ଫଳାଫଳ ଅପେକ୍ଷାରେ ସାରା ନୂଆପଡା ବାସୀ ଏବଂ ସମସ୍ତ ରାଜନୈତୀକ ଦଳ । ଆସନ୍ତା ୧୪ ତାରିଖରେ ହେବ ଭୋଟ ଗଣତି । କିଏ ମାରିବ ନୂଆପଡା ବାଜି । ତେବେ ନୂଆପଡ଼ା ନ୍ୟାସନାଲ୍ କଲେଜରେ ହେବେ ଭୋଟ୍ ଗଣତି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଗଣତି ହେବା ନେଇ ଜିଲ୍ଲାପାଳଙ୍କ ସୂଚନା । ଇନ୍ନର କର୍ଡନ ଦାୟିତ୍ବରେ ରହିବେ ସିଏପିଏଫ୍, ପୋଲିସ ମଧ୍ୟ ରହିବେ । ମୋଟ ୧୪ଟି ଟେବୁଲ୍ରେ ୨୬ ରାଉଣ୍ଡ ଗଣତିର ବ୍ୟବସ୍ଥା । ସକାଳ ୮ଟାରେ ପୋଷ୍ଟାଲ, ସାଢ଼େ ୮ରେ ଇଭିଏମ୍ ଖୋଲିବ ।

ତେବେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଆଉ କଂଗ୍ରେସର ନେତା ଏବେଠୁ ନୂଆପଡ଼ାରେ ନିଜ ନିଜର ପ୍ରାର୍ଥୀ ବିଜୟୀ ହେବେ ବୋଲି ଭବିଷ୍ୟବାଣୀ କରିବା ଆରମ୍ଭ କରିଥିବାବେଳେ, ନୂଆପଡ଼ାରେ କିଏ ବାଜି ମାରୁଛି, ଏବେ ତାକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା ।ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଉପନିର୍ବାଚନରେ ୮୧.୯୪ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି।ନୂଆପଡ଼ାବାସୀ ନିଜ ନେତା ବାଛିବା ପାଇଁ ମତଦାନ କରି ସାରିଛନ୍ତି। ର୍ସ୍ବଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ସହ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍ରେ ବନ୍ଦ ରହିଛି। ଆସନ୍ତା ୧୪ ତାରିଖରେ ନୂଆପଡ଼ା ନ୍ୟାସନାଲ୍ କଲେଜରେ ଭୋଟ ଗଣତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।