୧୫ ରାଉଣ୍ଡରେ ଚାଲିଛି ଭୋଟ ଗଣତି : ୬୭୦୫୬ ଭୋଟରେ ବିଜେପି ଆଗୁଆ

Counting of votes is going on in the 15th round: BJP is ahead in 67056 votes

ଧାମନଗର: ତ୍ରୀସ୍ତରୀୟ ସୁରକ୍ଷାରେ ଚାଲିଛି ଭୋଟଗଣତି । ଧାମନଗର ମାଟି ରେ ଫୁଟି ଚାଲିଛି ପଦ୍ମ । ବିର୍ତ୍ତମାନ ଭୋଟଗଣତି ୧୫ ରାଉଣ୍ଡ ପହଞ୍ଚିଛି । ୧୫ ରାଉଣ୍ଡରେ ସମୁଦାୟରେ ବିଜେଡି -୫୯୩୯୩ ଖଣ୍ଡ ଭୋଟ ପାଇଥିବା ବେଳେ, ବିଜେପି -୬୭୦୫୬ ଖଣ୍ଡ ଭୋଟ କଂଗ୍ରେସ -୨୯୧୪ ଖଣ୍ଡ ଏବଂ ସ୍ୱାଧୀନ ପ୍ରାଥୀ ରାଜୁ -୭୪୨୩ ଖଣ୍ଡ ଭୋଟ ପାଇଛନ୍ତି ।
ତେବେ ୧୫ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଅବନ୍ତୀ ୪ହଜାର ୨୩ ଖଣ୍ଡ ଭୋଟ, ବିଜେପିର ପ୍ରାଥୀ ସୂର‌୍ୟ୍ୟବଂଶୀ ସୂରଜ ୪ ହଜାର ୨୫ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାଥୀ ହରେକୃଷ୍ଣ ୧ ଶହ ୬୩ ଖଣ୍ଡ ଏବଂ ସ୍ୱାଧୀନ ପ୍ରାର୍ଥୀ ରାଜୁ ୨ ଶହ ୭୬ ଖଣ୍ଡ ଭୋଟ ପାଇଥିବା ସୂଚନା ରହିଛି । ବର୍ତ୍ତମାନ ୧୫ ରାଡଣ୍ଡରେ ୨ ଭୋଟ ରେ ବିଜେପି ଆଗୁଆ । ପ୍ରତି ରାଉଣ୍ଡ ପରେ ଘୋଷଣା ହେବ ଫଳାଫଳ ।