ହିଂଜିଳି କାଟୁ ( ରଜନୀ କାନ୍ତ ପାତ୍ର ) : ଗଂଜାମ ଜିଲ୍ଲା ଆସିକା-ବାଲିପଦକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅନେକ ବର୍ଷ ହେବ ଅତିଶୋଚନୀୟ ହୋଇପଡିଥିଲା । ଏହି ରାସ୍ତାକୁ ପୁନଃନିର୍ମାଣ କରାଯାଇଥିଲା । ଖଲ୍ଲିକୋଟ ଠାରୁ ଭାୟା କବିସୂର୍ୟ୍ୟନଗର ଦେଇ ବାଲିପଦର ରାସ୍ତା ନିର୍ମାଣ କରାଗଲା । ନିର୍ମାଣ କାର୍ୟ୍ୟ ଆରକେଡି ଠିକା କମ୍ପାନି ନେଇଥିବା ବେଳେ ବିଳମ୍ଵରେ ରାସ୍ତା ନିର୍ମାଣ ସାଙ୍ଗକୁ ରାସ୍ତା ନିର୍ମାଣର ମାତ୍ର ଦୁଇ ଦିନ ପରେ ପିଚୁ ଉଠିପଡୁଛି । ଏବଂ ରାସ୍ତା ନିର୍ମାଣରେ ଅନିୟମିତତା ଓ ଦୁର୍ନୀତି ହୋଇଥିବା ନେଇ ସ୍ଵୀକାର କରୁଛି ଖୋଦ ପୂର୍ତ୍ତ ବିଭାଗ ।