ଗତ ୨୪ ଘଣ୍ଟାରେ ଦେଶରୁ ୨୫୪୧ ସଂକ୍ରମିତ ଚିନ୍ହଟ

ଦିନକୁ ଦିନ କରୋନା ଭାଇରସ୍‌ର ସଂକ୍ରମଣ ବେଗ ପୁଣିଥରେ ଲଗାତାର ବଢିବାରେ ଲାଗିଛି।

(ଦିଲ୍ଲୀ) : ଦିନକୁ ଦିନ କରୋନା ଭାଇରସ୍‌ର ସଂକ୍ରମଣ ବେଗ ପୁଣିଥରେ ଲଗାତାର ବଢିବାରେ ଲାଗିଛି। ତେବେ ଗତ ୨୪ ଘଣ୍ଟାରେ ଦେଶରୁ ୨୫୪୧ ସଂକ୍ରମିତ ଚିନ୍ହଟ ହୋଇଛନ୍ତି । ସେଭଳି ଏହି ସମୟରେ ୩୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ଏବେ ୧୬,୫୨୨ ହୋଇଯାଇଛି।

ପ୍ରତିଦିନ ପଜିଟିଭଟି ରେଟ୍‌ ଏବେ ୦.୮୪ ପ୍ରତିଶତ ପହଁଞ୍ଚି ସାରିଛି। ବହୁ ରାଜ୍ୟରେ ନୂଆ ମାମଲା ସାମନାକୁ ଆସିବାରେ ଲାଗିଛି।

ସଂକ୍ରମଣ ନୂଆ ମାମଲା ପରେ ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ବଢିକି ୧୮,୭୪,୮୭୬ ହୋଇଯାଇଛି। ଦିଲ୍ଲୀରେ ଗତ ୨୪ ଘଣ୍ଟା ଭିତରେ କୋଭିଡ୍‌-୧୯ ଯୋଗେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୨୬,୧୬୮ ହୋଇଯାଇଛି।