(ଦିଲ୍ଲୀ) : ଚୀନରେ ପୁଣି ଥରେ ମୁଣ୍ଡ ଟେକୁଛି କରୋନାର ନୂଆ ଭ୍ୟାରିଆଣ୍ଟ। ଚୀନରେ କରୋନା ବଢ଼ିବା ଭିତରେ ନୂଆ ଭ୍ୟାରିଆଣ୍ଟ ଏବେ ସାମ୍ନାକୁ ଆସିଛି। କୁହାଯାଉଛି ଏହି ଭ୍ୟାରିଆଣ୍ଟ ଫଳରେ ଚୀନ୍ରେ ବେକାବୁ ହେଉଛି କରୋନା ସଂକ୍ରମଣ।

ସୁଚନାନୁଯାୟୀ, ଚୀନ୍ରେ କରୋନା ଭାଇରସ ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ର ସବ୍ ଭ୍ୟାରିଆଣ୍ଟ BA.1.1 ଯୋଗୁ ସଂକ୍ରମଣ ବଡ଼ିବାରେ ଲାଗିଛି।। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ନୂଆ ଭ୍ୟାରିଆଣ୍ଟ ଅନ୍ୟ କରୋନା ଭ୍ୟାରିଆଣ୍ଟ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିଛି ଯେ ଓମିକ୍ରମ ଭ୍ୟାରିଆଣ୍ଟ ବିଏ.୧ ପରିବାରରୁ ଆସିଛି।

ଚୀନର ସବୁଠାରୁ ବଡ଼ ସହର ସଂଘାଇ ସୀମାରେ ରହିଛି। ଏହି ଅଞ୍ଚଳରେ ଓମିକ୍ରନ ସବ୍ ଭ୍ୟାରିଆଣ୍ଟ BA.1.1 ମାମଲା ସମ୍ନାକୁ ଆସିବା ପରେ ବେକାବୁ ହୋଇଛି କରୋନା। ଏହା ବ୍ୟତୀତ ଏହି ଭ୍ୟାରିଆଣ୍ଟ ଚୀନ୍ ଜିୟାଂଗ୍ସୁ ଭାଗରେ ମଧ୍ୟ ବ୍ୟାପିବାରେ ଲାଗିଛି।