(ୱାଶିଂଟନ): ୟୁଏସ ଫୁଡ ଆଣ୍ଡ ଡ୍ରଗ୍ସ ଅଥରାଇଜେସନ (ଏଫଡିଏ) ମଡେର୍ଣ୍ଣା କୋଭିଡ-୧୯ ଟିକାକୁ ଜରୂରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି । ଆମେରିକା ସରକାର ଏହି ଟିକା ଖୁବ ଶୀଘ୍ର ଯୋଗାଇବେ । ଏନେଇ ମଡେର୍ଣ୍ଣା ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏହି ଟିକାକୁ ୧୮ ବର୍ଷ ବା ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ଜରୁରୀକାଳୀନ ସମୟରେ ଦିଆଯାଇପାରିବ । ୟୁଏସ ଏଫଡିଏ ପକ୍ଷରୁ ଅନୁମତି ମିଳିବା ପରେ ଏହି ଟିକାକୁ କମ୍ପାନୀ ଜରୁରୀକାଳୀନ ବ୍ୟବହାର ପାଇଁ ବିତରଣ କରିପାରିବ । ଆସନ୍ତାବର୍ଷର ପ୍ରଥମ ୩ ମାସ ମଧ୍ୟରେ କମ୍ପାନୀ ୧୦୦ରୁ ୧୨୫ ମିଲିୟନ ଡୋଜ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି ।