ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଗମ୍ଭୀରରୁ ଅତି ଗମ୍ଭୀର ଆଡକୁ ଗତିକରୁଥିବା ବେଳେ ଆଉ ଏକ ଉଦବେଗଜନକ ଖବର ସାମ୍ନାକୁ ଆସୁଛି । ପଶୁମାନଙ୍କୁ ମଧ୍ୟ କରୋନା ବ୍ୟାପିବା ଆରମ୍ଭ କରିଛି ବୋଲି କେନ୍ଦ୍ର ପରିବଶେ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଗୋଟିଏର ସିଂହର ମୃତ୍ୟୁ ରିପୋର୍ଟ ଆଧାରରେ ମନ୍ତ୍ରାଳୟ କହିଛି, କରୋନାରେ ଗୋଟିଏ ଏସିଆଟିକ୍ ସିଂହର ମୃତ୍ୟୁ ହୋଇଛି। ତେଣୁ ମନ୍ତ୍ରାଳୟ କହିଛି ଯେ ପଶୁମାନଙ୍କ ମଧ୍ୟରେ କରୋନା ଭାଇରସ୍ ସଂକ୍ରମଣ ହେବାର ସମ୍ଭାବନା ରହିଛି।
ଏହା ପରେ ପର୍ୟ୍ୟଟକଙ୍କ ପାଇଁ ଜାତୀୟ ଉଦ୍ୟାନ, ଅଭୟାରଣ୍ୟ ଏବଂ ଅନ୍ୟାନ୍ୟ ସଂରକ୍ଷିତ ଅଞ୍ଚଳ ବନ୍ଦ କରିବାକୁ ପରିବେଶ ମନ୍ତ୍ରାଳୟ ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଛି। ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ବନ୍ୟପ୍ରାଣୀ ବିଭାଗର ପ୍ରକାଶ ଅନୁଯାୟୀ, ଜାତୀୟ ଉଦ୍ୟାନ ତଥା ଅନ୍ୟାନ୍ୟ ସଂରକ୍ଷିତ ଅଞ୍ଚଳରେ ଲୋକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।