ଅନୁଗୁଳକୁ ଲେଉଟିଲା କରୋନା

ସତର୍କ କରାଇଲା ଜିଲ୍ଲା ପ୍ରଶାସନ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପୁଣି କଡ ଲେଉଟାଇଲାଣି କରୋନା। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଅନୁଗୁଳ ଜିଲ୍ଲାରେ ଗତ ଜୁନ ମାସ ୧୨ ତାରିଖରେ ମାତ୍ର ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ୨୨ ଜୁନରେ ଏହି ସଂଖ୍ୟା ୨ ରେ ପହଞ୍ଚିଥିଲା ବେଳେ ଗତ ଜୁଲାଇ ୨ ତାରିଖରେ ଜିଲ୍ଲାରେ କରୋନା ସଂଖ୍ୟା ଶୂନ ହୋଇ ଯାଇଥିଲା। ତେବେ ଜୁଲାଇ ୯ ତାରିଖରେ ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେବେ ୧୧ ତାରିଖ ସୁଦ୍ଧା ଏହି ସଂଖ୍ୟା ବୃଦ୍ଧି ପାଇ ୧୬ ରେ ପହଞ୍ଚିଥିବା ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି। ତେବେ ଜିଲ୍ଲାରେ ହଠାତ ୧୬ ଜଣ ରୋଗୀ ଚିହ୍ନଟ ହେବା ପରେ ଲୋକଙ୍କୁ ସଚେତନ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଆବଶ୍ୟକ ଥିଲେ ଅତି ଭିଡ଼ ତଥା ଜନଗହଳି ସ୍ଥାନରେ ମାସ୍କ ପରିଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।