ଗଞ୍ଜାମରେ ପୁଣି ୫୦ କରୋନା ଆକ୍ରାନ୍ତ ଚିହ୍ନଟ

(ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲାରେ ଆଉ ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୮ରେ ପହଞ୍ଚିଛି । ଚିହ୍ନଟ ଆନ୍ତ୍ରାନ୍ତଙ୍କ ମଧ୍ୟରେ ବିଭିନ୍ନ ଅଞ୍ଚଳର ୧୩ଜଣ କରୋନା ଯୋଦ୍ଧା ଥିବା ଜଣାଯାଇଛି ଜ୍ଝ ସେଥିମଧ୍ୟରୁ ଆଠଜଣ ଆସ୍କା, ତିନିଜଣ ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ୍ (ବିଏମସି) ଅଞ୍ଚଳର ଏବଂ ଗୋଟିଏ ଲେଖାଏଁ କୋଦଳା ଓ କବିସୂର୍ୟ୍ୟ ନଗରର ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।
ଏହା ବ୍ୟତୀତ ୩୩ଟି ମାମଲା ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରେ ଆସ୍କାରୁ ୨, ବିଏମସି ଅଞ୍ଚଳରୁ ୩, କବିସୂର୍ୟ୍ୟ ନଗରରୁ ୧୫, ଖଲିକୋଟରୁ ୨, କୋଦଳାରୁ ୪, ପୁରଷୋତ୍ତମପୁର ଏବଂ ସାନଖେମୁଣ୍ଡିରୁ ୨ଜଣ ଲେଖାଏଁ ଏବଂ କୁକୁଡ଼ାଖଣ୍ଡୀ ଏବଂ ଛତ୍ରପୁରରୁ ଜଣେ ଲେଖାଏଁ ଅଛନ୍ତି । ଏମାନେ ପୂର୍ବ ପଜିଟିଭଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଅବଶିଷ୍ଟ ୪ଜଣଙ୍କର ଅନ୍ୟ ରାଜ୍ୟଗୁଡ଼ିକର ଭ୍ରମଣ ଇତିହାସ ରହିଛି। ସେମାନଙ୍କ ଭିତରୁ ଜଣେ ସୁରତ, ୨ଜଣ ମୁମ୍ବାଇ ଏବଂ ଜଣେ ପୁଣେ ଫେରନ୍ତା ବୋଲି ସୂଚନା ଦିଆଯାଇଛି ଜ୍ଝ ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ ନୂଆ କରି ଚିହ୍ନଟ ହୋଇଥିବା ୫୦ କରୋନା ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ଜିଲ୍ଲାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୬୮ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୩୧୨ ଜଣ ଚିକିତ୍ସାଧିନ ଅଛନ୍ତି । ଅନ୍ୟ ୮ ଜଣଙ୍କର ମୃତ୍ୟୁ ହୋଇଛି ।