ସୁନ୍ଦରଗଡ଼ : ବାଳିକା ବିଦ୍ୟାଳୟର ୫୩ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ସହରର ଏକ ସହକାରୀ ଅନୁଦାନପ୍ରାପ୍ତ ବାଳିକା ହାଇସ୍କୁଲର ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ୫୩ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ଯାହାକୁ ନେଇ ଚିନ୍ତାରେ ସ୍କୁଲ କର୍ତ୍ତୃପକ୍ଷ । ୫୩ ଛାତ୍ରୀ କରୋନା ସଂକ୍ରମିତ ହେବା ପରେ ସମସ୍ତଙ୍କୁ ସଙ୍ଗରୋଧରେ ରଖାଯାଇଛି । ଯେଉଁଥିପାଇଁ ସପ୍ତାହେ ସ୍କୁଲ ବନ୍ଦ ରହିବା ନେଇ ପ୍ରଧାନ ଶିକ୍ଷୟତ୍ରୀ ସୂଚନା ଦେଇଛନ୍ତି ।