କଟକ;- ପୁଣି ଓଡିଶାରେ କରୋନା ଚିହ୍ନଟ । ଖୋର୍ଦ୍ଧା ଓ ଭୁବନେଶ୍ୱର ପରେ କଟକରେ ଚିହ୍ନଟ ହୋଇଛି କରୋନା । ଆକ୍ରାନ୍ତ ଜଣଙ୍କ ହେଉଛି ୪୫ ବର୍ଷୀୟ ପୁରୁଷ । ସେ କୋଭିଡ ପଜିଟିଭ ଜଣାପଡିଥିବାବେଳେ ଏହା କଟକରେ ପ୍ରଥମ ଚିହ୍ନଟ । ଗତ କିଛି ଦିନ ଧରି ଆକ୍ରାନ୍ତ ଜଣଙ୍କ ଜ୍ୱର ଓ ଥଣ୍ଡାରେ ଆକ୍ରାନ୍ତ ହୋଇଥିଲେ । ତେବେ ଟେଷ୍ଟ ପରେ ସେ ପଜିଟିଭ ଥିବା ଜଣାପଡିଛି । ଏବେ ସେ କଟକର ଏକ ଘରୋଇ ହସ୍ପିଟାଲ ଚିକିତ୍ସାଧିନ ଅଛନ୍ତି । ସମୁଦାୟ ଓଡିଶାରୁ ଚିହ୍ନଟ ହେଲେଣି ୬ଜଣ । ଏବେ ମୁମ୍ବାଇ, ପୁଣେ ,ଚେନ୍ନାଇ ଭଳି ଅନେକ ସ୍ଥାନରେ କରୋନା ଆକ୍ରାନ୍ତ ବଢିବାରେ ଲାଗିଛି ।