ଦିଲ୍ଲୀରେ କମୁଛି କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୩୦୦୦ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଗ୍ରାଫ ତଳମୁହାଁ ହୋଇଛି। ଲଗାତାର କରୋନା ସଂକ୍ରମଣ କମୁଥିବା ଦେଖିବାକୁ ମିଳିଛି। ସଂକ୍ରମିତଙ୍କ ସଂଖ୍ୟା କମି ଏବେ ୩ ହଜାରକୁ ଆସିଛି। ଦିଲ୍ଲୀରେ ଏବେ ସଂକ୍ରମଣ ହାର ୫ ପ୍ରତିଶତରୁ କମିଛି। କିନ୍ତୁ ମୃତ୍ୟୁ ସଂଖ୍ୟାରେ ସେତେଟା ପରିବର୍ତ୍ତନ ହୋଇନାହିଁ। ୨୪ ଘଣ୍ଟାରେ ୨୫୦ ସଂକ୍ରମିତ ପ୍ରାଣ ହରାଇଛନ୍ତି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ୨୫ ଘଣ୍ଟାରେ ୩୦୦୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୫୨ ଜଣଙ୍କ ମୃତ୍ୟୁ ହୋଇଛି। ସଂକ୍ରମଣ ହାର ଏବେ ୪.୭୬ ପ୍ରତିଶତ ରହିଛି। ଏହା ସହ ୭,୨୮୮ ସଂକ୍ରମିତ ସୁସ୍ଥ ହୋଇ ଫେରିଛନ୍ତି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ମୋଟ ୬୩,୧୯୦ ଟେଷ୍ଟିଂ ହୋଇଥିଲା।

୧୦ ଦିନର କରୋନା ଲିଷ୍ଟ

୨୦ ମେ ୨୦୨୧: ୩,୨୩୧ ନୂଆ ସଂକ୍ରମିତ ଚିହ୍ନଟ

୧୯ ମେ ୨୦୨୧: ୩,୮୪୬

୧୮ ମେ ୨୦୨୧: ୪,୪୮୨

୧୭ ମେ ୨୦୨୧: ୪,୫୨୪

୧୬ ମେ ୨୦୨୧: ୬,୪୫୬

୧୫ ମେ ୨୦୨୧: ୬,୪୩୦

୧୪ ମେ ୨୦୨୧: ୮,୫୦୬

୧୩ ମେ ୨୦୨୧: ୧୦,୪୮୯

୧୨ ମେ ୨୦୨୧: ୧୩,୨୮୭

୧୧ ମେ ୨୦୨୧: ୧୨,୪୮୧