କରୋନା ଭୟରେ ବିଦେଶକୁ ଯାତ୍ରା ନ କରିବା ପାଇଁ ଆଡ଼ଭାଇଜରି ଜାରୀ କଲା ସ୍ୱାସ୍ଥ୍ୟ ବିଭାଗ

(ରିିପୋର୍ଟସ ଟୁଡ଼େ / ମୃତ୍ୟୁଞ୍ଜୟ ): କରୋନା ଭାଇରସ ଠାରୁ ଦୁରେଇବା ପାଇଁ ବିଦେଶକୁ ଯାତ୍ରା ନ କରିବା ପାଇଁ ଆଡ଼ଭାଇଜରି ଜାରୀ କଲା ସ୍ୱାସ୍ଥ୍ୟ ବିଭାଗ । କରୋନା ନେଇ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳଙ୍କ ସାମ୍ବାଦିକ ସମ୍ମିଳନୀ । ଆମ ରାଜ୍ୟରେ ବର୍ତ୍ତମାନ ସୁଧା କୌଣସି ଲୋକ ଆକ୍ରାନ୍ତ ହୋଇନାହାନ୍ତି। ବର୍ତ୍ତମାନ ସୁଧା ୧୬ ଟି ନମୁନା ପରୀକ୍ଷା ହେବା ପରେ ୧୪ ଟି ନେଗେଟିଭ ରିପୋର୍ଟ ଆସିଛି । ୨ ଟି ରିପୋର୍ଟକୁ ଅପେକ୍ଷା କରାଯାଇଛି। ଭୁବନେଶ୍ୱର ଜଗଜଉ ଦିନକୁ ୨୦ ଟି ନମୁନା ପରୀକ୍ଷା କରାଯାଇପାରିବା ନେଇ ବ୍ୟବସ୍ଥା କରାଯାଇଛି। ଗହଳି ସ୍ଥାନକୁ ଆବଶ୍ୟକ ନ ପଡିଲେ ନ ଯିବା ପାଇଁ ସତର୍କତା ଜାରି କରାଯାଇଛି। ସେପଟେ ମାସ୍କ ଏବଂ ସାନିଟାଇଜର କଲବଜାରୀ ବିକ୍ରି ନେଇ ଜିଲ୍ଲାପାଳଙ୍କୁ ଆହ୍ୱାନ ଦିଆଯାଇଛି ।