ସଲମାନ ଖୁର୍ସିଦଙ୍କ ବହିକୁ ନେଇ ବିବାଦ

ନୂଆଦିଲ୍ଲୀ : କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ବହିକୁ ନେଇ ବିବାଦ । ହିନ୍ଦୁତ୍ୱକୁ ନେଇ କଟ୍ଟର ଇସଲାମ ସହିତ ତୁଳନା କରିଛନ୍ତି ସଲମାନ ଖୁର୍ସିଦ । ଖୁର୍ସିଦ ତାଙ୍କ ବହି ସନରାଇଜ ଓଭର ଅଯୋଧ୍ୟା ରେ ହିନ୍ଦୁତ୍ୱକୁ ବକୋହାରାମ ଓ ଆଇଏସଆଇଏସ ସହିତ ତୁଳନା କରିଛନ୍ତି । ଅନ୍ୟପଟେ ସଲମାନ ଖୁର୍ସିଦ ଏହି ଆରୋପ ଖଣ୍ଡନ କରିଛନ୍ତି । ସେ ହିନ୍ଦୁ ଧର୍ମକୁ ସମଲୋଚନା କରିନାହାନ୍ତି ବରଂ ହିନ୍ଦୁତ୍ୱକୁ ସମାଲୋଚନା କରିଛନ୍ତି ବୋଲି କହିିଛନ୍ତି । ଖୁର୍ସିଦଙ୍କ ବହିକୁ ନେଇ କଂଗ୍ରେସର ସହେଯୋଗୀ ଦଳ ଶିବସେନା ମଧ୍ୟ ଦୃଡ ପ୍ରତିକ୍ରିୟା ରଖିଛି । ଅନ୍ୟ ପଟେ କଂଗ୍ରେସ ନେତା ଗୁଲାମନବୀ ଆଜାଦ ମଧ୍ୟ ହିନ୍ଦୁତ୍ୱକୁ କଟ୍ଟର ଇସଲାମ ସହିତ ତୁଳନାକରିବା ଭୁଲ ବୋଲି କହିଛନ୍ତି ।