ନମାଜକୁ ନେଇ ପୁଣି ଥରେ ବିବାଦ

ଗୁରୁଗ୍ରାମ : ପୁଣି ଥରେ ନମାଜ ପାର୍ଥନାକୁ ନେଇ ବିବାଦ ଉପୁଜିଛି । ସର୍ବସାଧାରଣ ସ୍ଥାନରେ ନମାଜ ପଢିବାକୁ ନେଇ ହିନ୍ଦୁତ୍ୱ ଗ୍ରୁପ ବିରୋଧ କରିଛି । ଗୁରୁଗ୍ରାମର ସେକ୍ଟର ୧୨ଏକୁ ଅକ୍ତିଆର କରିଛି ଏହି ହିନ୍ଦୁ ଗ୍ରୁପ୍ । ମୁସଲିମ ମାନଙ୍କ ପକ୍ଷରୁ ନମାଜ ପଢାଯାଉଥିବା ସ୍ଥାନରେ ଆଜି କିଛି ଯୁବକ ବାଦାମ ଖାଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।
ନମାଜ ପଢୁଥିବା ସ୍ଥାନରେ ହିନ୍ଦୁତ୍ୱ ଗ୍ରୁପ ମାନଙ୍କ ମଧ୍ୟରୁ ଗୋବର ମଧ୍ୟ ଫିଙ୍ଗାଯାଇଛି । ତେବେ ଏହାକୁ ନେଇ ଅନେକ ସ୍ଥାନରେ ଉତ୍ତେଜନା ଦେଖାଦେଇଥିଲା । ଗୁରୁଗ୍ରାମରେ ସେକ୍ଟର ୧୨ରେ ୨୯ ନଭେମ୍ବର ଦିନ ନମାଜ ପଢିବାରେ ବାଧା ଉପୁଜାଇଥିବା ୩୦ ଲୋକଙ୍କୁ କିଛି ସମୟ ପାଇଁ ପୋଲିସ ଉଠାଇନେଇଥିଲା ।