ବଢିଲା ଚୁକ୍ତିଭିତ୍ତିକ ଦରମା

ଭୁବନେଶ୍ବର : ରାଜ୍ୟରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ବଢ଼ିଛି। ଏନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ଦ୍ବାରା ବର୍ଦ୍ଧିତ ଦରମା ଚଳିତ ମାସ ପହିଲାରୁ ଲାଗୁ ହେବ । ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ବୃଦ୍ଧି ନେଇ କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଚଳିତ ମାସଠାରୁ ବର୍ଦ୍ଧିତ ଦରମା ଲାଗୁ ହେବା ନେଇ ବିଜ୍ଞପ୍ତି ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବଙ୍କ ଦ୍ବାରା ଜାରି ହୋଇଥିବା ଏହି ବିଜ୍ଞପ୍ତି ଅନୁଯାୟୀ,

୮୦୭୦ଟଙ୍କା ପାଉଥିବା କର୍ମଚାରୀ ୧୦,୧୦୦ଟଙ୍କା; ୮, ୩୯୦ଟଙ୍କା ପାଉଥିବା କର୍ମଚାରୀଙ୍କୁ ମିଳିବ ୧୦,୫୦୦ଟଙ୍କା; ୮,୭୫୦ଟଙ୍କା ପାଉଥିବା କର୍ମଚାରୀ ପାଇବେ ୧୦,୯୦୦ଟଙ୍କା; ୮,୮୮୦ଟଙ୍କା ପାଉଥିବା କର୍ମଚାରୀଙ୍କ ଦରମା ହେଲା ୧୧,୧୦୦; ମାସିକ ୯ହଜାର ଟଙ୍କା ପାଉଥିବା କର୍ମଚାରୀଙ୍କୁ ମିଳିବ ୧୧,୨୦୦; ୯୨୫୦ଟଙ୍କା ପାଉଥିବା କର୍ମଚାରୀ ପାଇବେ ୧୧,୫୦୦ଟଙ୍କା; ୯୫୦୦ଟଙ୍କା ପାଉଥିବା କର୍ମଚାରୀଙ୍କୁ ମିଳିବ ୧୧,୯୦୦ଟଙ୍କା; ୧୦ହଜାର ଟଙ୍କା ମାସିକ ପାଉଥିବା କର୍ମଚାରୀ ପାଇବେ ୧୨,୫୦୦; ୧୦ହଜାର ଟଙ୍କା ମାସିକ ପାଉଥିବା କର୍ମଚାରୀ ପାଇବେ ୧୨,୫୦୦ ଓ ୧୬୮୮୦ଟଙ୍କା ପାଉଥିବା କର୍ମଚାରୀଙ୍କୁ ମିଳିବ ୨୧,୧୦୦ଟଙ୍କା।

ରାଜ୍ୟ ସରକାର ୯୨୫୦ ଟଙ୍କା ଦରମା ପାଉଥିବା ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ୧୧,୫୦୦ ଟଙ୍କା, ୯୫୦୦ ଟଙ୍କା ପାଉଥିବା କର୍ମଚାରୀଙ୍କୁ ୧୧,୯୦୦ ଟଙ୍କା, ୧୦ ହଜାର ପାଉଥିବା କର୍ମଚାରୀଙ୍କୁ ୧୨,୫୦୦ ଟଙ୍କା ଏବଂ ୧୬,୮୮୦ ଟଙ୍କା ପାଉଥିବା କର୍ମଚାରୀଙ୍କୁ ୨୧,୧୦୦ ଟଙ୍କା ଦରମା ଦେବେ।