ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଭିଜିଲାନ୍ସ ଜାଲରେ ଫସିଲେ କନଷ୍ଟେବଳ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନଷ୍ଟେବଳଙ୍କ ଘରେ ଚାଲିଛି ରେଡ । ବ୍ରହ୍ମପୁର ଲୋଚାପଡାରେ କନଷ୍ଟେବଳଙ୍କ ୩ ମହଲା ଘରେ ରେଡ ଜାରି ରଖିଛି ବ୍ରହ୍ମପୁର ପୋଲିସ ।
ଏହା ସହିତ ନିମଖଣ୍ଡି ଘର ଓ ଭଞ୍ଜନଗର ପୈତୃକ ଗାଁରେ ମଧ୍ୟ ଚଢାଉ ଜାରି ରହିଛି । ଏହି ଚଢାଉରେ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୧୬ ହଜାର ନଗଦ ଟଙ୍କା ସହିତ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଥିବା ବେଳେ ଚଢାଉ କାର୍ଯ୍ୟ ଏବେ ବି ଜାରି ରହିଛି । ଏହି ଚଢାଉରେ ଅତିରିକ୍ତ ଏସପିଙ୍କ ସମେତ ୫ ଜଣ ଇନସପେକ୍ଟର ସାମିଲ ଅଛନ୍ତି ।