ପିପିଲି ଟୋଲଗେଟ ଓ ହାଟଛକ ଠାରେ କଂଗ୍ରେସ କର୍ମୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି

ପିପିଲି-: ଓଡ଼ିଶା କଂଗ୍ରେସ ଦଳ ସହ ଅନ୍ୟ ଦଳ ପକ୍ଷରୁ ଗୁରୁବାର ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବ ପିପିଲି ରେ ଦେଖିବାକୁ ମିଳିଛି। ପିପିଲି ଟୋଲଗେଟ ଓ ହାଟଛକ ଠାରେ କଂଗ୍ରେସ କର୍ମୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଗଡିମୋଟର ସହିତ ଜନସାଧାଣଙ୍କ ଅଟକି ରହିଛନ୍ତି । ବିଶେଷକରି ବନ୍ଦ ଡାକରାକୁ ସମର୍ଥନ କରି ପିପିଲି ହାଟଛକ ଓ ନିମାପଡା ଛକ ବଜାର ସଙ୍ଘ ସମସ୍ତ ଦୋକାନ ବଜାର ବନ୍ଦ ରଖିଛନ୍ତି । ଟୋଲ ଗେଟ୍ ନିକଟ ରେ ରାସ୍ତା ଅବରୋଧ ଯୋଗୁଁ ବାହାରୁ ଆସିଥିବା ଗାଡ଼ି ଗୁଡ଼ିକ ରାସ୍ତା ଉପରେ ଅଟକି ରହିଛି ।