ନାରୀ ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସର ପ୍ରତିବାଦ ରାଲି ଆରମ୍ଭ

ଭୁବନେଶ୍ବର : ବିଶାଳ ରାଲିରେ ବାହାରିଛି କଂଗ୍ରେସ । ନାରୀ ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସର ପ୍ରତିବାଦ ରାଲି ଆରମ୍ଭ ହୋଇଯାଇଛି ।   ବିଧାନସଭା ଘେରାଉ ପାଇଁ ରାମମନ୍ଦିର ଛକରୁ କଂଗ୍ରେସର ପଦଯାତ୍ରା ବାହାରିଛି । ଏହି ପଦଯାତ୍ରାରେ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ହଜାର ହଜାର କଂଗ୍ରେସ କର୍ମୀ ସାମିଲ ହୋଇଛନ୍ତି ।  ସେପଟେ, ପଦଯାତ୍ରା ପାଇଁ ଭୁବନେଶ୍ୱରକୁ ଆସୁଥିବା କଂଗ୍ରେସ କର୍ମୀଙ୍କୁ ଅଯଥାରେ ଅଟକାଉଥିବା ଅଭିଯୋଗ କରିଥିଲେ ପିସିସି ସଭାପତି ।