ବିଧାନସଭା ଫେରିଲେ କଂଗ୍ରେସ ବିଧାୟକ ତାରା ବାହିନୀ ପତି

ଭୁବନେଶ୍ୱର: ସାତ ଦିନ ର ସସ୍ପେଣ୍ଡ ପରେ ବିଧାନସଭା ଫେରିଲେ କଂଗ୍ରେସ ବିଧାୟକ ତାରା ବାହିନୀ ପତି । ଆଜିଠୁ ପୁଣି ବିଧାନସଭାକୁ ଫେରିଛନ୍ତି କଂଗ୍ରେସ ବିଧାୟକ । ବିଧାନସଭାରେ ବିଶୃଙ୍ଖଳା ପାଇଁ ତାରା ବାହିନୀପତିଙ୍କୁ ନିଲମ୍ବିତ କରିଥିଲେ ବାଚସ୍ପତି । ଗତ ୧୧ ତାରିଖରେ ଅଧିବେଶନ ଚାଲିଥିବା ବେଳେ ଗୃହ ଭିତରେ ବିଶୃଙ୍ଖଳା କରିଥିଲେ ତାରା । ଏହାପରେ ତାରାଙ୍କୁ ସସପେଣ୍ଡ କରିଥିଲେ ବାଚସ୍ପତି । ତେବେ ତାରାଙ୍କୁ ନିଲମ୍ବନ ପ୍ରତିବାଦରେ କକ୍ଷତ୍ୟାଗ କରିଥିଲେ କଂଗ୍ରେସ ବିଧାୟକ । ଗାନ୍ଧୀ ମୂର୍ତ୍ତି ତଳେ ବସି ସାରା ରାତି ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଥିଲେ । ପିସିସି ସଭାପତି ପହଞ୍ଚି ବୁଝାସୁଝା କରିବା ପରେ ଧାରଣାରୁ ଉଠିଥିଲେ ଦଳର ବିଧାୟକ ।