Bhubaneswar: ରାଜ୍ୟସଭା ନିର୍ବାଚନକୁ ନେଇ ଓଡ଼ିଶାର ରାଜନୀତିରେ ଚର୍ଚ୍ଚା ଜୋରଦାର ହୋଇଛି। ପ୍ରାର୍ଥୀତ୍ବ ଓ ଦଳର ଆଭିମୁଖ୍ୟକୁ ନେଇ କଂଗ୍ରେସ ବିଧାୟକ ସୋଫିଆ ଫିରଦୌସ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସର ବର୍ତ୍ତମାନ ସ୍ଥିତି ପାଇଁ ବିଜୁ ଜନତା ଦଳ (ବିଜେଡି) ଦାୟୀ।ସୋଫିଆ ଫିରଦୌସଙ୍କ କହିବା ଅନୁଯାୟୀ, ଏହି ବିଷୟରେ କଂଗ୍ରେସ ବିଧାୟକମାନଙ୍କ ସହ କୌଣସି ପୂର୍ବ ଆଲୋଚନା କରାଯାଇନଥିଲା। ଆଗରୁ ମଧ୍ୟ ନୂଆପଡା ନିର୍ବାଚନ ସମୟରେ ପିସିସି ସଭାପତି ଦଳର ବିଧାୟକମାନଙ୍କ ସହ କୌଣସି ଆଲୋଚନା କରିନଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି ଯେ କଂଗ୍ରେସର ପତନ ପାଇଁ ବିଜୁ ଜନତା ଦଳ ଦାୟୀ। ବର୍ତ୍ତମାନ ସେହି ଦଳ ବିଜେପି ସହ ମିଳିଥିବା ସହ ସରକାରକୁ ବିନା ପ୍ରଶ୍ନରେ ସମର୍ଥନ କରୁଛି। କଂଗ୍ରେସକୁ ଶେଷ କରିବା ପାଇଁ ବିଜେଡି ଷଡଯନ୍ତ୍ର ରଚିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏପରି ସମୟରେ ଗତକାଲି ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଧାୟକମାନଙ୍କୁ ରାଜ୍ୟସଭା ଭୋଟିଂ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକଙ୍କୁ ମିଶାଇ ମୋଟ ୪୪ ଜଣ ବିଧାୟକ ଯୋଗଦେଇଥିଲେ।

ତେବେ ବିଧାୟକ ନବ ମଲ୍ଲିକ, ସୌଭିକ ବିଶ୍ୱାଳ, ମନୋହର ରନ୍ଧାରୀ ଓ ଚକ୍ରମଣି କଅଁର ପ୍ରମୁଖ ଏହି ପ୍ରଶିକ୍ଷଣରେ ଯୋଗ ଦେଇନଥିଲେ। ସେହିପରି ବିଧାୟକ ସାରଦା ନାୟକ ଓ ସୁଦର୍ଶନ ହରିପାଲ ପ୍ରଶିକ୍ଷଣ ସମାପ୍ତ ହେବା ପରେ ସେଠାରେ ପହଞ୍ଚିଥିଲେ। ଏହାକୁ ନେଇ ଏବେ ରାଜନୈତିକ ମହଳରେ ପ୍ରଶ୍ନ ଉଠୁଛି ଯେ କାହିଁକି କିଛି ବିଜେଡି ବିଧାୟକ ଏହି ପ୍ରଶିକ୍ଷଣ ସଭାରେ ଯୋଗ ଦେଲେ ନାହିଁ। ଦଳ ହ୍ୱିପ୍ ଜାରି କରିଥିବା ସତ୍ତ୍ୱେ କାହିଁକି ସେମାନେ ଅନୁପସ୍ଥିତ ରହିଲେ ଓ କାହିଁକି ଛଅଜଣ ବିଧାୟକ ନବୀନ ନିବାସ ଯାଇନଥିଲେ ବୋଲି ଚର୍ଚ୍ଚା ଚାଲିଛି। ସେପଟେ କଂଗ୍ରେସ ବିଧାୟକମାନଙ୍କ ମଧ୍ୟରୁ ମଧ୍ୟ ସଠିକ ସୂଚନା ମିଳୁନାହିଁ। କଂଗ୍ରେସ ବିଧାୟକ ଦଳ ନେତା ଦାଶରଥୀ ଗମାଙ୍ଗ କହିଛନ୍ତି ଯେ ବିଧାୟକ ଦାଶରଥୀ ଗମାଙ୍ଗଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା କଲେ ମଧ୍ୟ ସେ ଫୋନ ଉଠାଉନାହାନ୍ତି। ତେବେ ସେ ପିସିସି ସଭାପତି ଓ ଏଆଇସିସି ନେତାମାନଙ୍କ ସହ ଯୋଗାଯୋଗରେ ଥିବା ସେ କହିଛନ୍ତି।