ଭୁବନେଶ୍ୱର: ରାହୁଲଙ୍କ ଓଡିଶା ଗସ୍ତ ବାତିଲ। ଆଜି ରାୟଗଡ଼ା ଆସିବେନି କଂଗ୍ରେସ ନେତା ରା ହୁଲ ଗାନ୍ଧି । କଂଗ୍ରେସ ରାଏବରେଲି ଆସନ ପାଇଁ ରାହୁଲଙ୍କ ନାଁ ଘୋଷଣା କରିବା ପରେ ଓଡ଼ିଶା ଗସ୍ତ ବାତିଲ୍ ହୋଇଛି । ଆଜି ସେ ରାଏରବେଲିରୁ ନାମାଙ୍କନ ଭରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଚନ୍ଦନ ।
ସୂଚନା ଅନୁଯାୟୀ, ରାହୁଲ ଗାନ୍ଧିଙ୍କ ଆଜି ରାୟଗଡ଼ା ଗସ୍ତ ଥିଲା । ସେ ସ୍ୱତନ୍ତ୍ର ହେଲିକପ୍ଟର ରେ ବିଶାଖାପାଟଣାରୁ ବାହାରି ମଧ୍ୟାହ୍ନ ୧୨ଟା ୧୫ରେ ରାୟଗଡ଼ାରେ ପହଞ୍ଚିଥାନ୍ତେ । ସେଠାରେ ରାୟଗଡ଼ା ବାଇପାସ୍ ରୋଡର ବାରିଝୋଲା ପଡ଼ିଆରେ ହେବାକୁଥିବା ଜନସମାବେଶକୁ ସମ୍ବୋଧନ କରିଥାନ୍ତେ । ନୋମିନେସନ ଦାଖଲର ଶେଷ ଦିନରେ ରାହୁଲ ଗାନ୍ଧିଙ୍କ ନାଁ ଘୋଷଣା ପରେ ତାଙ୍କର ରାୟଗଡ଼ା ଗସ୍ତ ବାତିଲ୍ ହୋଇଛି । ତାଙ୍କ ସ୍ଥାନରେ ଅନ୍ୟ କୌଣସି କେନ୍ଦ୍ରୀୟ ନେତା ଆସିପାରନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମଧ୍ୟ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି ।