କଂଗ୍ରେସର ବନ୍ଦ ଡାକରା ; ବନ୍ଦ ନୁହେଁ, ହରତାଳ କରି ପାରିବେ

ଭୁବନେଶ୍ୱର : ମମିତା ମେହେର ହତ୍ୟାକାଣ୍ଡ ପାଇଁ କଂଗ୍ରେସ ଦେଇଥିବା ବନ୍ଦ ଡାକରା ପ୍ରସଙ୍ଗରେ ହାଇକୋର୍ଟ ପ୍ରତିକ୍ରିୟା ଦେଇଛନ୍ତି । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ବନ୍ଦ କରିପାରିବେ ନାହିଁ ବରଂ ହରତାଳ କରି ପାରିବେ । କୌଣସି ଗାଡି ମଟରକୁ ଅଟକାଇବା , ରେଳରୋକ,ରାସ୍ତାରୋକ କରି ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।