ଭଦ୍ରକ/ସେକ ଫାଇଜାନ କାଦ୍ରି: ଦରଦାମ ବୃଦ୍ଧି ପ୍ରତିବାଦରେ ଭଦ୍ରକରେ କଂଗ୍ରେସର ସାଇକେଲ ରାଲି । ପେଟ୍ରୋଲ, ଡିଜେଲ ଆଦି ଖଣିଜ ତୈଳ ଓ ରନ୍ଧନ ଗ୍ୟାସର ଦର ଦିନକୁ ଦିନ ବୃଦ୍ଧି ପାଇ କରୋନା ମହାମାରୀ କାଳରେ ସାଧାରଣ ଜନତାଙ୍କ ଆରô୍ଥକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଖାଇବା ତେଲ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ଅହେତୁକ ବୃଦ୍ଧି ବେଡି ଉପରେ କରୋଡା ସଦୃଶ ହୋଇଛି । ଅଧିକାଂଶ ଜନସାଧାରଣ ଲକଡାଉନ ଓ ସର୍ଟଡାଉନ ପାଇଁ ରୋଜଗାର ହରାଇ ସାରିଥିବା ବେଳେ ଦରବୃଦ୍ଧି ଜନମାନସକୁ ଗଭୀର ଭାବେ ପ୍ରଭାବିତ କରିଛି । ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଦାୟୀ କରି କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି । ତେବେ ଆଜି କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ସୁବ୍ରତ ଦାସଙ୍କ ନେତୃତ୍ୱରେ କଂଗ୍ରେସ କାର୍ୟ୍ୟାଳୟ ଠାରୁ ଏକ ସାଇକେଲ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ ଅଫିସ ଫାଟକ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।