ହିଞ୍ଜିଳି(ରଜନୀ କାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦୁର୍ଗ ଭାବେ ବେଶ ଜଣାସୁଣା ଗୁଡିଅ।ଳି ଗ୍ରାମ ପଞ୍ଚାୟତ । ତେବେ ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା ଯୁବ ବେଜେଡି ନେତା କୁମର ଜେନା କଂଗ୍ରେସ ଗଡକୁ ଭାଙ୍ଗିବାରେସଫଳ ହୋଇପାରିଛନ୍ତି । ବହୁ ଦିନରେ ଅନେକ ଚେଷ୍ଟା ପରେ ଆଜି ସେ ନିଜ ଲକ୍ଷ୍ୟରେ ପହଞ୍ଚିପାରିଛନ୍ତି । ଗ୍ରାମ ପଞ୍ଚାୟତର କିଛି ବରିଷ୍ଠ କଂଗ୍ରେସ ନେତା ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ତେଣୁ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଗ୍ରାମ ପଞ୍ଚାୟତରେ ଇଲେକ୍ସନ ବଦଳରେ ସିଲେକ୍ସନ କରାଯିବ ବୋଲି ଆଶା କରାଯାଉଛି । ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚନ ଶେଷ କରିବାକୁ ଉଦ୍ୟମ କରୁଛନ୍ତି ସରପଞ୍ଚ କୁମର ଜେନା ।