ସୁବର୍ଣ୍ଣପୁର : ଗତ ୯ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ରାୟଗଡ଼ା ର ଗୋପବନ୍ଧୁ ସ୍କୁଲ ଠାରେ ଓଡିଶା ରାଜ୍ୟ ବ୍ୟାୟାମ ସଂଘ ଓ ଥାଙ୍ଗ – ଟା ମାର୍ଶଲ ଆର୍ଟସ୍ ଏବଂ ମୁଆଥାଇ ( ଥାଇବକ୍ସି) ଅନୁଷ୍ଠିତ ହୋଇଥିଲା । ଏଥିରେ ୧୮ଟି ଜିଲ୍ଲାରୁ ୧୮୦ ପ୍ରତିଯୋଗୀ ଏବଂ ୪୦ ଜଣ ପରିଚାଳନା ଅଧିକାରୀ ଯୋଗ ଦେଇଥିଲେ । ପ୍ରତିଯୋଗିତା ରେ ସୋନପୁର କରାଟେ କୋଚ୍ ସୁଶାନ୍ତ କୁମ୍ଭାର ଙ୍କ ନେତୃତ୍ୱ ରେ ୪ ଜଣ ଖେଳାଳି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ବେଳେ ବେଳେ ଉକ୍ତ ୪ ଜଣ ପଦକ ହାସଲ କରି ଜିଲ୍ଲା ର ଗୌରବ ବୃଦ୍ଧି ସହାୟକ ହୋଇଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ସୁହାନା ଜଗଦଲା ଥାଙ୍ଗ-ଟା ମାର୍ଶଲ ଆର୍ଟସ୍ ରେ ସ୍ୱର୍ଣ୍ଣ ପଦକ, ବ୍ୟାୟାମ ରେ ରୌପ୍ୟ ପଦକ ଓ ମୁଆଥାଇ ରେ ରୌପ୍ୟ ପଦକ ପାଇଥିବା ବେଳେ ସାହୁଲ ଖୁରା ଥାଙ୍ଗ – ଟା ମାର୍ଶଲ ଆର୍ଟସ୍ ରେ ସ୍ଵର୍ଣ୍ଣ ପଦକ ମୁଆଥାଇ ରେ ପୂର୍ଣ୍ଣ ପଦକ ଓ ବ୍ୟାୟାମ ରେ ବ୍ରୋଞ୍ଜ ପଦକ ପାଇଥିଲେ ସେହିପରି ଶୃତି କୁମ୍ଭାର ଥାଙ୍ଗ- ଟା ମାର୍ଶଲ ଆର୍ଟସ୍ ରେ ସୂର୍ଣ୍ଣ ପଦକ, ମୁଆଥାଇ ରେ ସୂର୍ଣ୍ଣ ପଦକ ଓ ବ୍ୟାୟାମ ରେ ସୂର୍ଣ୍ଣ ପଦକ ପାଇଥିଲେ । ସେହିପରି କା ମେହେର ଥାଙ୍ଗ – ଟା ମାର୍ଶଲ ଆର୍ଟସ୍ ସ୍ ରେ ରୌପ୍ୟ ପଦକ, ବ୍ୟାୟାମ ରେ ସୂର୍ଣ୍ଣ ପଦକ ଓ ମୁଆଥାଇ ରେ ବ୍ରୋଞ ପଦକ ହାସଲ କରିଥିଲେ ଏହି ସଫଳତା ପାଇଁ ଅନୁଷ୍ଠାନ ସଭାପତି ସୁକାନ୍ତ ସାହୁ ଓ ସୁରଜ୍ ପୂଜାରୀ ଙ୍କ ସହିତ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ କ୍ରୀଡ଼ାପ୍ରେମୀ ଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଥିବା ବେଳେ ସମସ୍ତ ଖେଳାଳି ଙ୍କ ର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିବାସହ ସମସ୍ତ ଖେଳାଳି ଙ୍କୁ ଜିଲ୍ଲା ର ଜନସାଧାରଣ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।