ବରଗଡ– ଭିଜିଲାନ୍ସ ଜାଲରେ କାର୍ଯ୍ୟରତ ଚକ୍ଷୁବିଭାଗ ଟେକ୍ନିସିଆନ ।ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି ।ବରଗଡ ଜିଲ୍ଲା ପଦ୍ମପୁର ଡାକ୍ତରଖାନାରେ କାର୍ଯ୍ୟରତ ଚକ୍ଷୁବିଭାଗ ଟେକ୍ନିସିଆନ କିଶୋର ଚନ୍ଦ୍ର ପ୍ରଧାନ ଘରେ ଚାଲିଛି ରେଡ । ସେ ପଦ୍ମପୁର ଡାକ୍ତରଖାନାରେ ଚକ୍ଷୁବିଭାଗ ଟେକ୍ନିସିଆନ ଭାବେ କାର୍ଯ୍ୟରତ ଥିଲେ । ତେବେ ଭିଜିଲାନ୍ସ ବିଭାଗର ଦୁଇଟି ଟିମ ଏକକାଳୀନ ପଦ୍ମପୁର କଲେଜରୋଡ ସ୍ଥିତ ବାସଭବନ ଓ ତାଙ୍କ ପୈତୃକ ଘରେ ଚଢାଉ ଜାରି ରହିଛି । ତାଙ୍କର ବ୍ୟାଙ୍କ ଆକାଉଣ୍ଟ ସମେତ ସୁନା ଗହଣା ଏବଂ ଜମି ପଟାର ଯାଞ୍ଚ ଚାଲିଛି ।