ଭଦ୍ରକ/ ସେକ ଫଇଜାନ କାଦରୀ : ଗର୍ଜିଲେ କୁକୁଡା ଚାଷୀ । ଶୋଷଣ କରୁଛି କମ୍ପାନୀ । ଭଦ୍ରକ ଜିଲ୍ଲା କୁକୁଡ଼ା ଚାଷୀ ସଙ୍ଘ ପକ୍ଷରୁ ୫ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ। ଦୀର୍ଘ ଦିନ ଧରି ଜିଲ୍ଲାର ୫ଶହ ରୁ ଉର୍ଦ୍ଧ୍ବ କୁକୁଡ଼ା ଚାଷୀ କେତେକ କମ୍ପାନୀଙ୍କୁ କୁକୁଡ଼ା ଯୋଗାଇ ଆସୁଥିବାବେଳେ,କମ୍ପାନୀ କର୍ତ୍ତୃପକ୍ଷ ଚାଷୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି।ବିଶେଷକରି ଅହେତୁକ ଦରଦାମ ବୃଦ୍ଧି ହେତୁ ଚାଷୀମାନେ କୁକୁଡ଼ା ଚାଷରେ କ୍ଷତି ସହୁଥିବାବେଳେ,କମ୍ପାନୀ ଗୁଡିକ ଚାଷ ପାଇଁ ଦେଉଥିବା ଆବଶ୍ୟକ ବ୍ୟବହାରିକ ଦ୍ରବ୍ୟ ତଥା ପାରିଶ୍ରମିକ ବାବଦକୁ ଦେଉଥିବା ଟଙ୍କା ଚାଷୀମାନଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।ତେବେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଚାଷୀଙ୍କ ପ୍ରତି ହେଉଥିବା ଶୋଷଣକୁ ତୀବ୍ର ବିରୋଧ କରି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପ୍ରମୁଖ ଦାବି କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ତେବେ ଦାବି ମଧ୍ୟରୁ ଏମ ଏସ ପି, ୬ଟଙ୍କା କୁ ବୃଦ୍ଧି କରିବା ସହ ପୁରୁଣା ଖର୍ଚ୍ଚ ବର୍ଦ୍ଧିତ କରି ୧୨ଟଙ୍କାକୁ ବୃଦ୍ଧି କରିବା, କୁକୁଡ଼ା ଚାଷୀଙ୍କୁ ପରିଚୟ ପ୍ରଦାନ ସହ ଫାର୍ମ ଗୁଡିକୁ ସରକାର ଙ୍କ ପକ୍ଷରୁ ପଞ୍ଜିକରଣ ପ୍ରମୁଖ ଦାବି କରାଯାଇଛି।ପୂର୍ବରୁ ମଧ୍ୟ ଦାବି କରାଯାଇଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ତେବେ ପ୍ରମୁଖ ଦାବୀ ଗୁଡିକ ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବା ସହ ଜିଲ୍ଲାରେ ଚାଷକୁ ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି ଚାଷୀ।ତେବେ ପ୍ରମୁଖ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସହ ସମସ୍ୟା ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି କୁକୁଡ଼ା ଚାଷୀ।