ଦୂର୍ଗାପୂଜାରେ ସାଂପ୍ରଦାୟିକତା ଉତ୍ତେଜନା ; ତିନି ମୃତ

ଢାକା : ବାଂଲାଦେଶରେ ଏକ ଫେସବୁକ ପୋଷ୍ଟକୁ ନେଇ ସାଂପ୍ରଦାୟିକ ଉତ୍ତେଜନା ଦେଖାଦେଇଛି । ଏହି ସାଂପ୍ରଦାୟିକ ଉତ୍ତେଜନା ଦୂର୍ଗାପୂଜା ଚାଲୁଥିବାବେଳେ ଘଟିଥିଲା । ହିନ୍ଦୁ ମନ୍ଦିର ଓ ମୂର୍ତ୍ତି ଭଙ୍ଗାରୁଜ୍ଜା କରିବା ସହିତ ୩ ଜଣ ଜଣଙ୍କର ଜୀବନ ଯାଇଛି । ଢାକା ଟ୍ରିବୁନର ରିପୋର୍ଟ ଅନୁସାରେ ରିପୋର୍ଟ ଅନୁସାରେ ଢାକାଠାରୁ ୧୦୦ କିଲୋମିଟର ଦୂର କମିଲାଠାରେ ଥିବା ଏକ ମନ୍ଦିରରେ ଏକ ସଂପ୍ରଦାୟର ଧର୍ମଗ୍ରନ୍ଥର ଅପମାନ କରାଯାଇଥିବା ଫୟାଜ ଉଦ୍ଦିନ ନାମକ ଜଣେ ବ୍ୟକ୍ତି ଫେସବୁକରେ ଏକ ପୋଷ୍ଟ କରିଥିଲେ । ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା ଓ ପରେ ତାହା ହିଂସାର ରୂପ ନେଇଥିଲା । ଏହି ହିଂସା ଘଟଣାରେ ୩ ଜଣ ଲୋକ ମୃତ୍ୟୁବରଣ କରିବା ସହ ଅନେକ ଲୋକ ଆହତ ହୋଇଛନ୍ତି ।
ଏହି ହିଂସାରେ ୪୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସରକାର ୨୨ଟି ଜିଲ୍ଲାରେ ଅର୍ଦ୍ଧସାମରିକ ବାହିନୀ ମୁତୟନ କରିଛନ୍ତି । ଅନ୍ୟପକ୍ଷରେ ପ୍ରଥମେ ଫେସବୁକ ପୋଷ୍ଟ କରିଥିବା ଫୟାଜକୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି ।