ବସ୍ତିରେ କମିଶନରେଟ୍ ପୋଲିସ ଖୋଲିବ ପାଠାଗାର

ଭୁବନେଶ୍ୱର: ରାଜଧାନୀରେ ଆଉ ପାଦେ ଆଗେଇଲା ବସ୍ତିକୁ ଚାଲ ଅଭିଯାନ । ବସ୍ତିରେ କମିଶନରେଟ୍ ପୋଲିସ ଖୋଲିବ ପାଠାଗାର । ଅପରାଧ ମୁକ୍ତ ବସ୍ତି ପରେ ପିଲାଙ୍କ ପାଠପଢ଼ା ପାଇଁ ବସ୍ତିରେ ଖୋଲିବ ପାଠାଗାର, ମିଳିବ କମ୍ପ୍ୟୁଟର । ଆଧୁନିକରଣର ରାସ୍ତାରେ ସୁଧୁରିବ ବସ୍ତି | ଅପରାଧରୁ ବିରତ ହେବା ସହ ଶିକ୍ଷାର ପାହାଚ ଚଢ଼ିବେ ବସ୍ତି ଯୁବକ |

ବସ୍ତିରେ ପୁଲିସ ସେବା ପହଞ୍ଚାଇବା ଏବଂ ଅପରାଧ ମୁକ୍ତ କରିବା ସକାଶେ ଏହି ଅଭିଯାନରେ ବସ୍ତିରେ ଥିବା ଯୁବକ ମାନଙ୍କୁ ବସ୍ତି ମିତ୍ରରେ ସାମିଲ କରାଯାଇଛି । ଅପରାଧ ଗୁଡ଼ିକୁ ହ୍ରାସ କରିବା ଓ ବସ୍ତିର ଜନସାଧାରଣଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ । କମିଶନରେଟ୍ ପୋଲିସର ଏହି ଅଭିଯାନକୁ ନେଇ ବିଭିନ୍ନ ମହଲରେ ପ୍ରସଂସାର ସୁଅ ଛୁଟୁଛି |