କଟକ: କଟକରେ ବେଆଇନ ଚାନ୍ଦା ଆଦାୟକାରୀଙ୍କୁ ସାବାଡ୍ ପାଇଁ ପଦକ୍ଷେପ । ଫୋନ୍ ନମ୍ବର ଜାରି କଲା କଟକ କମିଶନରେଟ ପୋଲିସ । ପୂଜା ସମୟରେ ଯଦି କେହି ଜୋର ଜବରଦସ୍ତ ଚାନ୍ଦା ମାଗନ୍ତି ଜଣାନ୍ତୁ । ପୋଲିସ୍କୁ ଫୋନ କରିବା ପାଇଁ ଜନସାଧାରଣଙ୍କୁ ଡିସିପିଙ୍କ ଅପିଲ୍ । ମୋବାଇଲ୍ ନଂ ୭୩୨୮୦୭୭୩୨୪ , ୮୪୮୦୫୧୩୦୦୭ ଫୋନ୍ କରନ୍ତୁ । ଅଭିଯୋଗକାରୀଙ୍କ ନାଁ ଗୋପନ ରଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ ।

ସୋସିଆଲ ମିଡିଆରେ ଏକ୍ସରେ ସୂଚନା ଦେଇ କଟକ ଡିସିପି କହିଛନ୍ତି, କଟକ ସହରର ଜନସାଧାରଣଙ୍କୁ ଅନୁରୋଧ ଆଗାମୀ ପୂଜାପର୍ବ ଉପଲକ୍ଷେ ପୂଜା ନାମରେ ବଳପୂର୍ବକ ଚାନ୍ଦା ସଂଗ୍ରହ କରାଯାଉଥିଲେ ଆମକୁ ତୁରନ୍ତ ଅବଗତକରନ୍ତୁ। ଆମେ ଆପଣଙ୍କ ପରିଚୟ ଗୋପନ ରଖିବାସହିତ ଚାନ୍ଦା ଆଦାୟ କରୁଥିବା ଅସାମାଜିକ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଅଛୁ ଏବଂ ଆଗକୁ ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବ।