ଦିନେ ଦୁଇ ଦିନ ଭିତରେ ଯୁକ୍ତ ଦୁଇ ପରୀକ୍ଷା ଫଳ : ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ବର : ଦିନେ ଦୁଇ ଦିନ ଭିତରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଯୁକ୍ତ ଦୁଇ ରେଜଲ୍ଟ ବାହାରିବାକୁ ଆଉ ବିଳମ୍ବ ହେବନି । ପିଲାମାନେ ବ୍ୟସ୍ତ ହୁଅନ୍ତୁ ନାହିଁ । ଯେହେତୁ ଆଜି ଯୁକ୍ତ ତିନି ଆବେଦନର ଶେଷ ତାରିଖ, ଉଚ୍ଚ ଶିକ୍ଷା ବିଭାଗକୁ ସମୟସୀମା ବୃଦ୍ଧି କରିବାକୁ ନିବେଦନ କରିବୁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ସୂଚନା ଅନୁଯାୟୀ , ରାଜ୍ୟରେ ଚଳିତ ବର୍ଷ ମୋଟ ମୋଟ ୩ ଲକ୍ଷ ୯୩ ହଜାର୬୧୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେଥିରୁ କଳା ବିଭାଗରେ ରେଗୁଲାର ପରୀକ୍ଷାର୍ଥୀ ୨,୩୦,୬୭୬ , ଏକ୍ସରେଗୁଲାର ପରୀକ୍ଷାର୍ଥୀ ୧୬,୭୧୪ , ସର୍ବମୋଟ ୨,୪୭, ୩୯୧ ଜଣ ପରୀକ୍ଷାର୍ଥୀ ରହିଛନ୍ତି । ଏପ୍ରିଲ ୧୬ରୁ ୨ ଟି ପଯ୍ୟାୟରେ ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲା ।