କ୍ଲାସରୁମ ପରୀକ୍ଷାକୁ ବିରୋଧ କରି ବିଜେବି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ୱର/ସରୋଜ ରାଉତ: ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ । ଭୁବନେଶ୍ୱରର ଏକାଧିକ କଲେଜ ଛାତ୍ରଛାତ୍ରୀଙ୍କ ଅଫଲାଇନ କଲେଜକୁ ବିରୋଧ । ଜୁମରେ ଶିକ୍ଷାଦା ଓ ଅଫଲାଇନ ପରୀକ୍ଷାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ । ଅନଲାଇନ ପରୀକ୍ଷା ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ରାଜଧାନୀର ଓୟୁଏଟି, ବିଜେବି, ରାଜଧାନୀ କଲେଜର ଛାତ୍ରଛାତ୍ରୀ । ହାତରେ ପ୍ଲାକାର୍ଡ ଧରି ଜୁମରେ ପାଠପଢା, ରୁମରେ ପରୀକ୍ଷା ଭଳି ସ୍ଲୋଗାନ ଦେଖାଇ ଅଫଲାଇନ ପରୀକ୍ଷାକୁ ବିରୋଧ କରିଛନ୍ତି । ଅନଲାଇନ ଶିକ୍ଷାଦାନ ପରି ଅନଲାଇନ ପରୀକ୍ଷା କରିବାକୁ ଛାତ୍ରଛାତ୍ରୀ ଅଡି ବସିଛନ୍ତି ।
ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଅଫଲାଇନ ପରୀକ୍ଷାକୁ ଆଜି ବିଜେବି କଲେଜର ଛାତ୍ରଛାତ୍ରୀ ବିରୋଧ କରି କଲେଜ ଗେଟ ସମ୍ମୁଖରେ ବିରୋଧ ପ୍ରଦାର୍ଶନ କରିଥିବା ଦେଖବାକୁ ମିଳିଛି । ସଂକ୍ରମଣ ପାଇଁ ଦୀର୍ଘ ଏକ ବର୍ଷ ଧରି ଜୁମ ଅନଲାଇନ ମିଡିଆରେ ପାଠ ପଢାଯାଇଥିବା ବେଳେ କ୍ଲାସ ରୁମ ପରୀକ୍ଷାକୁ ବିରୋଧ କରିଛନ୍ତି ସେମାନେ । ଯେମିତି ଅନଲାଇନରେ କ୍ଲାସ ହେଉଥିଲା ସେହିପରି ଅନଲାଇନରେ ହିଁ ପରୀକ୍ଷା କରାଇବାକୁ ବିଜେବି ଛାତ୍ରଛାତ୍ରୀ ଦାବି କରିଛନ୍ତି । ସେହିପରି ରାଜଧାନୀର ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ମଧ୍ୟ କଲେଜ କର୍ତ୍ତୃପକ୍ଷଙ୍କୁ ଭେଟି ଅନଲାଇନ ପରୀକ୍ଷା ପାଇଁ ଦାବି କରିଥିଲେ । ଏହି ବିରୋଧରେ ରାଜଧାନୀ କଲେଜ, ଓୟୁଏଟି କଲେଜ ମଧ୍ୟ ସାମିଲ ହୋଇଛି । ସେହିପରି ରାଉରକେଲାରେ ମଧ୍ୟ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷାକୁ ବିରୋଧ କରିବା ସହ ଅନଲାଇନ ପରୀକ୍ଷା କରିବାକୁ ଦାବି କରିଛନ୍ତି ।