(ସୁନୀଲ କୁମାର ମହାନ୍ତି): ବିଭିନ୍ନ ସମସ୍ୟା ନେଇ ବିଜେଡି ସରକାର ଙ୍କ ବିରୁଦ୍ଧରେ ବର୍ଷିଛି ବଜେପି । ଏନେଇ ବିଜେପି ପକ୍ଷରୁ ଆଠମଲ୍ଲିକ ଉପଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ଘେରାଊ କରିବା ସହିତ ପୋଲିସ ଓ ପ୍ରଶାସନ ବିଜେଡି ର ଗୁଲାମ ବୋଲି ସଙ୍ଗିନୀ ଅଭିଯୋଗ କରାଯାଇଛି । ଅନୁଗୁଳ ଜିଲ୍ଲା ବଜେପି ର ସଭାପତି ଭାଗିରଥି ପ୍ରଧାନ ଙ୍କୁ ରାତି ଅଧିଆ ଗିରଫ କୁ ନିନ୍ଦା କରିବା ସହ ପୋଲିସ ର ଜୁଲୁମ୍ ଚଳିବ ନାହିଁ ନାରା ଲଗେଇ ସହର ପରିକ୍ରମା କରି ଉପଜିଲ୍ଲା ପାଳଙ୍କ କାର୍ୟ୍ୟାଳୟ ରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବଜେପି ର ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ,ଅଜିତ ପ୍ରଧାନ,ଜିଲ୍ଲା ସଭାପତି କୃଷକ ମୋର୍ଚା ରୁଦ୍ରପ୍ରସାଦ ଷଡ଼ଙ୍ଗୀ ବଜେପି ଯୁବ ମୋର୍ଚା ର ରାଜ୍ୟ ଉପସଭାପତି ତଥା ଭବାନୀ ଶଙ୍କର ଜ୍ୟୋତିଷରାୟ ଜିଲ୍ଲା କାର୍ୟ୍ୟ କାରିଣୀ ସଦସ୍ୟ ଚିତରଞ୍ଜନ ମେହେର ଜିଲ୍ଲା ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ ।