ବେଗୁନିଆପଡା ବ୍ଲକରେ ନିର୍ବାଚନ ପ୍ରସ୍ତୁତି ତଦାରଖ କଲେ ଜିଲ୍ଲାପାଳ

ଗଞ୍ଜାମ : ବେଗୁନିଆପଡା ବ୍ଲକ ଗସ୍ତ କରି ନିର୍ବାଚନୀ ପ୍ରସ୍ତୁତି ତଦାରଖ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନା ରେ ବିଭିନ୍ନ ଭିତ୍ତିଭୂମି,ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଓ ଷ୍ଟ୍ରଙ୍ଗରୁମ,ନିର୍ବାଚନ ନିମନ୍ତେ ଯାନ ବାହାନ ରଖିବା ସ୍ଥାନ ସହ ପଞ୍ଜିକରଣ କେନ୍ଦ୍ର ପରିଦର୍ଶନ କରି ନିରାପତ୍ତା ସମ୍ପର୍କ ରେ ଯାଞ୍ଚ କରିଥିଲେ। ବେଗୁନିଆପଡା ବ୍ଲକ ରେ ପଞ୍ଚମ ପର୍ୟ୍ୟାୟ ୨୪ ତାରିଖ ରେ ନିର୍ବାଚନ ଅନୁଷ୍ଠିତ ହେବ ,ଏଣୁ ସାମଗ୍ରୀ ବିତରଣ କେନ୍ଦ୍ର ଗୁଡିକ ରେ ବିଭିନ୍ନ କାଉଣ୍ଟର ଖୋଲାଯାଇ ଆନୁସଙ୍ଗିକ ସାମଗ୍ରୀ ଗୁଡିକ ଶାନ୍ତି ଶୃଙ୍ଖଳାର ସହ ବିତରଣ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । କେନ୍ଦ୍ର ଗୁଡିକରେ ପାନୀୟ ଜଳ ଯୋଗାଣ ଓ ନିରବଛିନ୍ନ ବିଦ୍ୟୁତ ସେବା ଉପଲବ୍ଧ କରାଇବାକୁ ଭୋଟ ବାକ୍ସ ଗୁଡିକୁ ସୁରକ୍ଷିତ ରଖିବା ଓ ପ୍ରସ୍ତୁତ ହୋଇଥିବା ଷ୍ଟ୍ରଙ୍ଗ ରୁମ ଗୁଡିକ ର ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ବେଗୁନିଆପଡା ବିଡିଓ ପ୍ରଜ୍ଞା ପ୍ରିୟଦର୍ଶିନୀ ଙ୍କୁ ପରାମର୍ଶ ଦେବା ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ । ଏହି ପରିଦର୍ଶନ ସମୟ ରେ ବେଗୁନିଆପଡା ବିଡିଓ ପ୍ରଜ୍ଞା ପ୍ରିୟଦର୍ଶୀନି,ଏବିଡ଼ିଓ ନିରଞ୍ଜନ ବେହେରା,ଜିପିଓ ପ୍ରମୁଖ ଉପସ୍ଥିତ ଥିଲେ ।