ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ କଏନ୍ ଏକ୍ସଚେଞ୍ଜ ସେବା

 ସୋନପୁର : ଆଜି ସୋନପୁର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଗ୍ରାହକ ତଥା ସହରର ସମସ୍ତ ବର୍ଗର ବ୍ୟବସାୟୀ ମାନଙ୍କୁ କଏନ ବଣ୍ଡନ ଓ କଏନ୍ ଏକ୍ସଚେଞ୍ଜ ସେବା ପ୍ରଦାନ କରାଯାଇଛି। ପ୍ରତ୍ୟହ ଗ୍ରାହକ ଓ ଛୋଟ ବଡ଼ ବ୍ୟବସାୟୀଙ୍କୁ ଏହିଭଳି ଏକ ଟଙ୍କିଆ, ଦୁଇ ଟଙ୍କିଆ, ପାଞ୍ଚ ଟଙ୍କିଆ, ଦଶ ଓ କୋଡ଼ିଏ ଟଙ୍କିଆ କଏନ୍ ବଣ୍ଟନ କରିବା ଦ୍ବାରା ଲୋକେ ନିଜ ନିଜର ବ୍ୟବସାୟ କାରବାର କୁ ସଠିକ୍ ଭାବେ ପରିଚାଳନା କରିବା ସହ ଦୋକାନୀ ଓ ଗ୍ରାହକ ଙ୍କ ସବୁ ସମସ୍ୟା ର ସମାଧାନ ହୋଇ ବ୍ୟବସାୟ ବୃଦ୍ଧି ଦିଗରେ ସହାୟକ ହୋଇ ପାରିବ ବୋଲି ବ୍ୟବସାୟୀ  ମନୋରଞ୍ଜନ ତ୍ରୀପାଠୀ ଓ ବାବୁଲା ମିଶ୍ର ପ୍ରକାଶ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ରେ ଷ୍ଟେଟ୍ ବ୍ୟାଙ୍କ୍ କେଶ୍ ଅଫିସର ବିଜ୍ଞାନ ବିଭାର, କର୍ମଚାରୀ ମହାପାତ୍ର, ଆର୍ମ ଗାର୍ଡ ବିପିନ ବିହାରୀ ଦାଶ, ବବା ବବଲୁ ମେହେର ପ୍ରମୁଖ ନିୟୋଜିତ ବଣ୍ଟନ କରିଥିବା  ବେଳେ ଶହ ଶହ ଶହ ଗ୍ରାହକ  ଓ ବ୍ୟବସାୟୀ ଙ୍କୁ କଏନ୍ ବଣ୍ଡନ କରାଯାଇଛି। ଷ୍ଟେଟ ବ୍ୟାଙ୍କର ଏତାଦୃଶ ପଦକ୍ଷେପକୁ ଜନସାଧାରଣ ରେ ପ୍ରଶଂସା କରାଯାଇଥିବା ବେଳେ  ଆଗାମୀ ଦିନରେ କଏନ୍ ର କୁତ୍ରିମ ଅଭାବକୁ ରୋକିହେବା ସହ ସମସ୍ତ  ପାଇଁ ଆଦାନ ପ୍ରଦାନ ସହଜ ହୋଇପାରିବ ପାରିବ ବୋଲି ଗ୍ରାହକ ମହଲରେ ଖୁସି ପ୍ରକାଶ ପାଇଛି।