ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ନଡିଆ କ୍ଷୀରି

0

ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ନଡିଆ କ୍ଷୀରି ।
ଆବଶ୍ୟକୀୟ ସାମଗ୍ରୀ: ନଡିଆ କୋରା-୧,କ୍ଷୀର-୧ଲିଟର,ଚିନି-୩ ରୁ୪ କପ,ଅଳେଇଚ ପାଉଡର-୧/୨ ଚାମଚ,କଟା ବାଦାମ-୧ଚାମଚ,କଟା ପିସ୍ତା-୧ଚାମଚ,କେସର ।
ପ୍ରସ୍ତୁତ ପ୍ରଣାଳୀ: ଏକ ଚାମଚ ଗରମ କ୍ଷୀରରେ କେସର ମିଶାଇ ଦିଅନ୍ତୁ । ଏକ ପ୍ୟାନରେ କ୍ଷୀର ପକାଇ ପକାନ୍ତୁ ଏବଂ ଲଗାତର ଚଲାଇ ଫୁଟାନ୍ତୁ । ଯେତେବେଳେ କ୍ଷୀର ଅଧା ହୋଇଯିବ,ସେତେବେଳେ ନଡିଆ ପକାଇ ମିଶାନ୍ତୁ । କ୍ଷୀର ଏବଂ ନଡିଆକୁ ଚାମଚରେ ଚାଲାଇ ଫୁଟାନ୍ତୁ । ଧୀମା ଆଞ୍ଚରେ ନଡିଆ ଏବଂ କ୍ଷୀରକୁ ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ଏବେ ପ୍ୟାନରେ ଚିନି,ଅଳେଇଚ ପାଉଡର, କେସର,ବାଦାମ,କାଜୁ ଏବଂ ପିସ୍ତା ପକାନ୍ତୁ । ଏହାକୁ ଭଲ ଭାବେ ମିଶାନ୍ତୁ ଏବଂ ୫ରୁ ୭ ମିନିଟ ପର୍ଯ୍ୟନ୍ତ ଚଲାନ୍ତୁ । ଏବେ ଗ୍ୟାସ ବନ୍ଦ କରିଦିଅନ୍ତୁ । ଏହାକୁ ଆପଣ ଥଣ୍ଡା କିମ୍ବା ଗରମ ବେଳେ ଖାଇପାରିବେ ।