ତାରା ତାରିଣୀ ପୀଠରେ ସମବାୟବିତଙ୍କ ସମ୍ମିଳନୀ

ଗଞ୍ଜାମ(ହର ପ୍ରସାଦ ବିଶୋଇ): ଗଞ୍ଜାମ ଓ ଗଜପତି ଜିଲ୍ଲାର ବରିଷ୍ଠ ସମବାୟବିତ ମାନଙ୍କୁ ନେଇ ଏକ ସମ୍ମିଳନୀ ଦକ୍ଷୀଣ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ତାରା ତାରିଣୀଙ୍କ ପୀଠରେ ଅନୁଷ୍ଠିତ ହୋଇଛି । ଗଞ୍ଜାମ ଜିଲ୍ଲା ସମବାୟ ସଂଘର ପୂର୍ବତନ ସଭାପତି ସନାତନ ସଂଗ୍ରାମ ସିଂହଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲାଏହି କାର୍ୟ୍ୟକ୍ରମ । ଆଗାମୀ ସମବାୟ ନିର୍ବାଚନ ପ୍ରସ୍ତୁତି ଓ ସମବାୟ ମାଧ୍ୟମରେ ସରକାରଙ୍କ ଯୋଜନା ଗୁଡିକ ଜନସାଧାରଣ ପାଖରେ କିପରି ପହଂଚିବ ତା ଉପରେ ବିଶେଷ ଆଲୋଚନା ହୋଇଥିଲା ।
ଗଞ୍ଜାମ ଓ ଗଜପତି ଜିଲ୍ଲା ଅଧିନସ୍ଥ ସମସ୍ତ ସମବାୟ ସମିତିର ଅର୍ଥନୀତିକ ଉନ୍ନତି ସହିତ ସମସ୍ତ ଗ୍ରାମାଞ୍ଚଳରେ ଏକ ନୂତନ ଦିଗ ଓ ପ୍ରସାର ନିମନ୍ତେ ସମିତିର ପ୍ରତିନିଧି ମାନେ କିପରି ଦାୟିତ୍ୱ ସମ୍ପାଦନ କରିବେ ସେ ନେଇ ବିଶେଷ ଭାବରେ ଗୁରୁତ୍ଵ ଦିଆଯାଇଥିଲା । ସମବାୟ ସମିତି ମୂଳ ଲକ୍ଷ୍ୟ ଜନସାଧାରଣଙ୍କ ଅର୍ଥନୈତିକ ବିକାଶ ଦିଗରେ ନୂତନ ଦିଗଦର୍ଶନ କରିବା । ରାଜ୍ୟ ସରକାର ସମବାୟ ବିକାଶ କ୍ଷେତ୍ରରେ ସମବାୟ ଆନ୍ଦୋଳନ କୁ ଅଗ୍ରସର କରି କିପରି ସୁଚାରୂ ରୂପେ ତୁଲାଇବେ ତାହା ଉପରେ ସମ୍ମିଳନୀରେ ଆଲୋଚନା କରାଯାଇଥିଲା । ସମସ୍ତ ବିଷୟରେ ଆଲୋଚନା ପରେ ଏକ କମିଟି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି ।
ଉକ୍ତ କମିଟିରେ ସଭାପତି ଭାବେ ସୂର୍ୟ୍ୟକାନ୍ତ ପରିଡା,ସାଧାରଣ ସମ୍ପାଦକ ଭାବେ ସନାତନ ସଂଗ୍ରାମ ସିଂହ ରହିଥିବା ବେଳେ କାର୍ୟ୍ୟକ୍ରମରେ ଉପସଭାପତି କୈଳାଶ ରଣା,ବିପ୍ର ବାରିକ, ପ୍ରଦୀପ ନାୟକ, ଉପଦେଷ୍ଟା ଭାବେ ସିମାଞ୍ଚଳ ପାଢି, ବିରେନ୍ଧ୍ର ପ୍ରସାଦ ଆରୁଖ, ହୀନ ବେହେରା ଟି ପ୍ରସାଦ ଦୋରା, ସମ୍ପାଦକ ଭାବେ ଦଣ୍ଡପାଣି ସାହୁ, ଅଜୟ ମହାରଣା, ଦିଲୀପ ପାତ୍ର, ଆର୍ ରାମ ପ୍ରସାଦ, ସାଧାରଣ ସମ୍ପାଦକ ଅନ୍ତର୍ୟ୍ୟାମୀ ଗମାଙ୍ଗ,ଦୀପକ ସାମନ୍ତ,ଏବଂ ପରାମର୍ଶ ଦାତା ଭାବେ ପ୍ରସାଦ ରାଓ, ସୁରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କାର୍ତିକ ପରିଡା,ପ୍ରଦୀପ ନାୟକ,ଶ୍ରୀମତୀ ସି.ହେଚ. ତାରିକେଶ୍ୱରୀ ଯୋଗ ଦେଇଥିବାବେଳେ ଗଞ୍ଜାମ ଓ ଗଜପତି ଜିଲ୍ଲାର ବହୁ ସମବାୟବିତ ସମ୍ମିଳନୀରେ ଯୋଗଦେଇ କାର୍ୟ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ସେହିଭଳି କାର୍ୟ୍ୟକ୍ରମ ରେ ଗଞ୍ଜାମ ଓ ଗଜପତି ଉଭୟ ଜିଲ୍ଲାରୁ ପ୍ରାୟ ୨୦୦ ରୁ ଉର୍ଦ୍ଧ ବିଜୁ ଜନତା ଦଳ ସମର୍ଥକ ଉପସ୍ଥିତ ରହିଥିଲେ ।