ମାଲକାନଗିରି ଜିଲ୍ଲାକୁ ସହାୟତା ଘୋଷଣା

(ସୌମ୍ୟ ରଂଜନ ସେଠୀ) : ଲଗାଣ ବର୍ଷାରେ ସାରା ରାଜ୍ୟ ହନ୍ତସନ୍ତ ହେଉଥିବାବେଳେ ସବୁଠାରୁ ବେଶି ପ୍ରଭାବିତ ହୋଇଛି ମାଲକାନଗିରି ଜିଲ୍ଲା । ତେଣୁ ବର୍ଷା ପ୍ରଭାବିତ ମାଲକାନଗିରି ଅଞ୍ଚଳ ପାଇଁ ୭ ଦିନ ରିଲିଫ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବନ୍ୟା ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ତେବେ ମାଲକାନଗିରି ଜିଲ୍ଲାର ବନ୍ୟା ସ୍ଥିତି ସମ୍ପର୍କରେ ସଂପୃକ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ୭ ଦିନ ପର୍ୟ୍ୟନ୍ତ ରିଲିଫ୍ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ବାବଦରେ ବୟସ୍କମାନଙ୍କୁ ଦୈନିକ ୬୦ ଟଙ୍କା ଏବଂ ୧୨ ବର୍ଷରୁ କମ୍ ବୟସ ପିଲାମାନଙ୍କ ପାଇଁ ଦୈନିକ ୪୫ ଟଙ୍କା ହିସାବରେ ୭ ଦିନ ପର୍ୟ୍ୟନ୍ତ ରିଲିଫ୍ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି । କେବଳ ଏତିକି ନୁହେଁ ପ୍ରଭାବିତ ଅଞ୍ଚଳରେ ସମସ୍ତ ସହାୟତା ସହ ଗୃହପାଳିତ ପଶୁଙ୍କୁ ମାଗଣା ଚିକତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।