ଭୁବନେଶ୍ୱର: ପଦ୍ମପୁରରେ ବାଜିଲା ଶଙ୍ଖ । ବିଜେଡି ପାର୍ଥୀ ବର୍ଷା ସିଂ ବରିହାଙ୍କୁ ବିପୁଳ ପରିମାଣରେ ପଦ୍ମପୁର ବାସୀ ଭୋଟ ଦେଇ ବିଜୟ ମୁକୁଟ ପିନ୍ଧାଇଛନ୍ତି । ବର୍ତ୍ତମାନ ଏ ନେଇ ରାଜ୍ୟ କୋଣ ଅନୁକୋଣରୁ ବର୍ଷାଙ୍କୁ ଶୁଭେଚ୍ଛାର ଶୁଅ ଛୁଟୁଛି । ଏହା ସହ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଲିଫୋନ ଯୋଗେ ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ତେବେ ପ୍ରଥମ ଥର ପାଇଁ ପଦ୍ମପୁରରେ ଭୋଟିଙ୍ଗରେ ନୂଆ ରେକର୍ଡ ସୃଷ୍ଟି ହୋଇଛି । । ଯାହାର ଶ୍ରେୟ ବର୍ତ୍ତମାନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକୁ ଦେଇଛନ୍ତି ବିଜୟୀ ପ୍ରାର୍ଥୀ ବର୍ଷା । କାରଣ ଏହା ପୂର୍ବରୁ ୫ ଟି ଉପନିର୍ବାଚନ ହୋଇଥିଲେ ମଧ୍ୟ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ମଇଦାନକୁ ଓହ୍ଲାଇ ନଥିଲେ । କିନ୍ତୁ ଚଳିତ ଥର ନବୀନ ପଟ୍ଟନାୟକ ବର୍ଷାଙ୍କ ପାଇଁ ପଦ୍ମପୁର ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ଯାହାର ବଡ ପ୍ରଭାବ ପଦ୍ମପୁର ଉପନିର୍ମାଚନ ଉପରେ ପଡିଥିଲା ।
ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତଘଟାଈ ବିପୁଳ ପରିମାଣରେ ଭୋଟ ପାଇ ବିଜେଡି ବିଜୟ ହୋଇଛି ।ତେବେ ୨୩ ରାଉଣ୍ଡର ଗଣତି ପରେ ୪୨ ହଜାର ୬୭୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜେପିକୁ ହରାଇଛି ବିଜେଡି । ସର୍ବମୋଟରେ ବିଜେଡିକୁ ୧ ଲକ୍ଷ ୨୦ହଜାର ୮୦୭ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିକୁ ୭୮ହଜାର ୧୨୮ ଭୋଟ ମିଳିଛି । ଅନ୍ୟପଟେ କଂଗ୍ରେସ ହାତକୁ ମାତ୍ର ୩୫୯୪ ଭୋଟ୍ ରହିଛି । ନୋଟାକୁ ୨୦୮୭ ଖଣ୍ଡ ଭୋଟ ଯାଇଛି।