ଏସସିବିରେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଶ୍ରୀମତୀ ପ୍ରିୟଙ୍କା ମାରାଣ୍ଡି, ହେବ ଅସ୍ତ୍ରୋପଚାର

କଟକ: ଏସସିବି ମେଡିକାଲରେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଶ୍ରୀମତୀ ପ୍ରିୟଙ୍କା ମାରାଣ୍ଡି । ସେ ହସ୍ପିଟାଲର ଶଲ୍ୟ ଚିକିତ୍ସା ବିଭାଗରେ ଆଡ଼ମିସନ ହୋଇଛନ୍ତି । ତାଙ୍କର ଏକ ଛୋଟ ଧରଣର ଅସ୍ତ୍ରୋପଚାର କରାଯିବ । ହସ୍ପିଟାଲର ଏକ ୧୦ ଜଣିଆ ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରୁଛନ୍ତି । ସର୍ଜରୀ ବିଭାଗ ପ୍ରଫେସର ଏଲ. ଭି. ଗୌରିଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର କରାଯିବ। ଆଜି ଶ୍ରୀମତୀ ମାରାଣ୍ଡିଙ୍କର ସବୁ ପ୍ରକାର ପରୀକ୍ଷା ନିରୀକ୍ଷା କରାଯାଇଛି। ଆସନ୍ତାକାଲି ସମସ୍ତ ପରୀକ୍ଷାର ରିପୋର୍ଟ ଆସିବ । ରିପୋର୍ଟ ଆସିବା ପରେ ଅସ୍ତ୍ରୋପଚାର ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ ଡାକ୍ତରୀ ଦଳ । ଏବେ ସେ ସର୍ଜରୀ କ୍ୟାବିନରେ ରହିଛନ୍ତି ।