ଭୁବନେଶ୍ଵର: ସଫେଇ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଲୋକସେବା ଭବନରେ ‘ଗରିମା’ କାର୍ଯ୍ୟକ୍ରମରେ ସିଏମ୍ଙ୍କ ଘୋଷଣା । ୧୦ ଲକ୍ଷର ଜୀବନବୀମା ପାଇବେ ସଫେଇ କର୍ମଚାରୀ । ସବୁ ସୁରକ୍ଷା ସତ୍ତ୍ବେ କର୍ମକ୍ଷେତ୍ରରେ ମୃତ୍ୟୁ ହେଲେ ପରିବାରକୁ ମିଳିବ ୩୦ ଲକ୍ଷ । ଏଥିସହ ସମସ୍ତ ସଫେଇ କର୍ମଚାରୀଙ୍କୁ ମୋବାଇଲ୍ ଦେବେ ସରକାର । ସହରୀ ପିଏମ୍ ଆବାସ ଯୋଜନାରେ ସଫେଇ କର୍ମୀଙ୍କୁ ମିଳିବ ଛାତ ଘର ।
ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ ସେଣ୍ଟରରେ ଆୟୋଜିତ ଏହି ଜାତୀୟ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ସଫେଇ କର୍ମଚାରୀଙ୍କ ପାଇଁ ଏହି ବଡ ଘୋଷଣା କରିଛନ୍ତି । ପରିମଳ କାର୍ଯ୍ୟରେ ନିୟୋଜିତ ଥିବା ପ୍ରମୁଖ ପରିମଳ କର୍ମଚାରୀ (ସ୍ୱରେଜ ଓ ସେଫ୍ଟିକ୍ ଟାଙ୍କି ସଫେଇ କର୍ମଚାରୀ) ଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଜୀବନ ବୀମା, କର୍ମ କ୍ଷେତ୍ରରେ ଜୀବନହାନୀ ପାଇଁ ୩୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ, ପ୍ରମୁଖ ପରିମଳ କର୍ମୀଙ୍କୁ ମୋବାଇଲ ଫୋନ ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ (ସହରୀ) ଯୋଜନାରେ ବାସଗୃହ ପ୍ରଦାନ ଏବଂ ପରିମଳ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ଅଗଷ୍ଟ ୧୫ରୁ ୩୦ ତାରିଖ ପର୍ଯ୍ୟନ୍ତ ୧୫ ଦିନିଆ ରାଜ୍ୟବ୍ୟାପୀ IEC Activity କରାଯିବ। ଏହା ସହିତ ପ୍ରତିବର୍ଷ ଓଡିଶାରେ ଏ ସମ୍ପର୍କିତ ଜାତୀୟ କର୍ମଶାଳା ଆୟୋଜନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।