ମୁମ୍ବାଇ: ମହାରାଷ୍ଟ୍ରରେ ମହାନାଟକର ଯବନିକା ପଡିଛି। ଏଥିରେ ଏକ ନାଟକୀୟ ମୋଡ ଦେଖିବାକୁ ମିଳିଛି। ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାବିଶଙ୍କ ନାମ ଚର୍ଚ୍ଚାରେ ରହିଥିଲା। ତେବେ ଶ୍ରୀ ଫଡନାବିଶ ସାମ୍ବାଦିକ ସମ୍ମିଳନୀ ଡାକି ବିଦ୍ରୋହୀ ବିଧାୟକ ଏକନାଥ ସିନେ୍ଧଙ୍କ ନାମ ଘୋଷଣା କରିଛନ୍ତି। ଆଜି ସନ୍ଧ୍ୟା ୭ଟା ୩୦ରେ ଶ୍ରୀ ସିନେ୍ଧ ଶପଥ ଗ୍ରହଣ କରିବେ। ପରେ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ କରାଯିବ ବୋଲି ଶ୍ରୀ ଫଡନାବିଶ ଘୋଷଣା କରିଥିଲେ। ମୋ ପାଖରେ ୫୦ ବିଧାୟକଙ୍କ ସମର୍ଥନ ଥିଲେ ସୁଦ୍ଧା ବିଜେପି ୧୨୦ ବିଧାୟକ ରହିଛନ୍ତି। ଶ୍ରୀ ଫଡନାବିଶଙ୍କ ପାଖରେ ଏତେ ସଂଖ୍ୟକ ବିଧାୟକ ଥାଇ ସୁଦ୍ଧା ମୁଖ୍ୟମନ୍ତ୍ରୀ ନହେବା ତାଙ୍କ ବଡପଣ ବୋଲି ଶ୍ରୀ ସିନେ୍ଧ କହିଛନ୍ତି। ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିଶଙ୍କୁ କୃତଜ୍ଞତା ଜଣାଛନ୍ତି। ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସରକାର ଫେରିବାକୁ ଯାଉଥିବା ଶ୍ରୀ ସନେ୍ଧ କହିଛନ୍ତି।