ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ସୂର୍ୟ୍ୟକାନ୍ତ ବେହେରା ,ମାଲକାନଗିରି: ମାଲକାନଗିରି ଜିଲ୍ଲା କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମାଲକାନଗିରି ଜିଲ୍ଲାରେ ଜଙ୍ଗଲ ଜମି ଓ ଆଦିବାସୀ ମାନଙ୍କ ସୁରକ୍ଷା ଦାବି କରି ଗଣଭିକ୍ଷୋଭ କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ମାଲକାନଗିରି ଜିଲ୍ଲା ସିମାନ୍ତ ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରି ଠାରେ ନିର୍ମାଣ ହେଉଛି ପୋଲାଭରମ ପ୍ରକଳ୍ପ ଦ୍ବାରା ଆନ୍ଧ୍ର ଜଳ ବିଦ୍ୟୁତ୍ କେନ୍ଦ୍ର ନିର୍ମାଣ କରିବା ସହ ଏହା ଦ୍ବାରା ଅନେକ ଜମି ଚାଷ ପାଇଁ ଜଳ ସେଚିତ ହୋଇ ପାରିବ ।

କିନ୍ତୁ ଏହି ପ୍ରକଳ୍ପ ନିର୍ମାଣ ଦ୍ବାରା ଆନ୍ଧ୍ରର ଅନେକ ଗାଁ କ୍ଷତି ହେବାସହ ଓଡିଶାର ମୋଟୁ ଅଂଚଳର ମଧ୍ୟ ଅନେକ ଗାଁ କ୍ଷତି ଗ୍ରସ୍ତ ହେବ । ଆନ୍ଧ୍ର ସରକାର ନିଜ ରାଜ୍ୟର କ୍ଷତି ଗ୍ରସ୍ତ ଗ୍ରାମ ବାସୀ ମାନଙ୍କ ପାଇଁ ଥଇଥାନ ବ୍ୟବସ୍ଥା ଆରମ୍ଭ କରିଥିଲେ ମଧ୍ୟ ଓଡିଶା ସରକାର ନିଜ ରାଜ୍ୟର କ୍ଷତି ଗ୍ରସ୍ତ ହେବାକୁ ଥିବା ଗ୍ରାମ ଗୁଡିକର ଥଇଥାନ ପାଇଁ କୌଣସି ବ୍ୟବସ୍ଥା କରୁ ନାହିଁ । ତେବେ ଏହି କ୍ଷତି ଗସ୍ତ ହେବାକୁ ଥିବା ଗାଁ ଗୁଡିକୁ ଥଇଥାନ କରିବା ପାଇଁ ଦାବି କରିଛି ସି.ପି.ଆଇ ( ଏମ୍ ) । ପୋଲାଭରମ ଡେମ୍ ହେବା ଦ୍ବାରା ମୋଟୁ ଅଂଚଳର ଅନେକ ଗାଁ ବୁଡି ଯିବ ଯାହା ଦ୍ଵାର ସେହି ଅଂଚଳରେ ବସବାସ କରୁଥିବା ଲୋକ ମାନେ ନିଜ ପୁର୍ବ ପୁରୁଷ ଭିଟା ମାଟିକୁ ମଧ୍ୟ ହରାଇବେ । ତେଣୁ ରାଜ୍ୟ ସରକାର ତୁରନ୍ତ ଏହି ଗ୍ରାମ ଗୁଡିକରେ ବସବାସ କରୁଥିବା ଲୋକ ମାନଙ୍କୁ ଥଇଥାନ କରିବା ପାଇଁ ଏକ ଟିମ୍ ଗଠନ କରି ଏହାର ସମାଧାନ କରିବା ପାଇଁ ସି.ପି.ଆଇ ( ଏମ୍ ) ପକ୍ଷରୁ ଦାବି କରାଯାଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦିଆଯାଇଛି ।ବ୍ରଜ ମାଝୀଙ୍କ ସହ ୫୦ ରୁ ଉର୍ଦ୍ଧ୍ବ ଆଦିବାସୀ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।