ରାହୁଲଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ବାଘେଲା

ଛତିଶଗଡ: ୮୦ ଫୁଟ ଗାତରୁ ଉଦ୍ଧାର ହୋଇଥିବା ବାଳକ ରାହୁଲକୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲା ବିଳାସପୁର ସ୍ଥିତ ଆପୋଲୋ ହସ୍ପିଟାଲକୁ ଯାଇ ଭେଟିଛନ୍ତି । ଶ୍ରୀ ବାଘେଲ ହସ୍ପିଟାଲରେ ପହଞ୍ଚିବା ପରେ ପ୍ରଥମେ ଡାକ୍ତରଙ୍କ ପାଖକୁ ଯାଇ ରାହୁଲର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ତାପରେ ରାହୁଲଙ୍କ ବାପା ମାଆ ଓ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ । ତାକୁ ଉଦ୍ଧାର କରିବା ପାଇଁ ସେନା ସହିତ ଏନଡିଆରଏଫ, ଏସଡିଆର୍ଏଫ ଟିମଙ୍କ ସହଯୋଗ ବେଶ ଉଲ୍ଲେଖନୀୟ । ଅକ୍ଳାନ୍ତ ପରିଶ୍ରମ କରି ସେମାନେ ତାକୁ ଉଦ୍ଧାର କରିବା ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ମାତ୍ର ଡେଲୋମାଇଟ୍ ପଥର ପଡିବା ଯୋଗୁ ଏହାକୁ କାଟିବା ପାଇଁ ବହୁତ ସମୟ ଲାଗିଥିଲା । ଉଦ୍ଧାର ସମୟରେ ଆଇସିୟୁ ଆମ୍ବୁଲାନ୍ସ, ଅକ୍ସିଜେନ୍ ଭଳି ବ୍ୟବସ୍ଥା କରାଯାଇଥିଲା ।