କେବଳ ନୀତିକାନ୍ତିରେ ମାଘମେଳା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସନ୍ଥକବି ଭୀମଭୋଇଙ୍କ ସମାଧି ପୀଠ ଖଲିଆପ।।ଲିଠାରେ କେବଳ ନୀତିକାନ୍ତିରେ ହେବ ମାଘମେଳ।। କରୋନା ସଙ୍କ୍ରମଣକୁ ଦୃଷ୍ଟିରେ ରଖି ସର୍ବସାଧାରଣଙ୍କ ଦର୍ଶନ ଉପରେ ଲାଗିବ କଟକଣା । ଏନେଇ ସୁବର୍ଣ୍ଣପୁୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ନିର୍ଦ୍ଦେଶରେ ସୋନପୁର ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ପ୍ରସ୍ତୁତି ବୈଠକ । କୌଣସି ଦୋକାନ ବଜାର,ମୀନା ବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ, ସାହିତ୍ୟ ସମାରୋହକୁ ବାରଣ କରାଯାଇଛି । ମେଳା ଦିନ ଗୁଡ଼ିକରେ ଭକ୍ତ, ଶ୍ରଦ୍ଧାଳୁ ତଥା ସର୍ବସାଧାରଣ ଦର୍ଶନକୁ ବାରଣ କରାଯାଇଛି । ଆସନ୍ତା ୧୪ ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ । ସମାରୋହକୁ ନିରାଡମ୍ବର ସହ ସରକାରଙ୍କ କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ପାଳନ କରାଯିବ । ଆଜିର ଏହି ବୈଠକରେ ସୋନପୁର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ପୁଷ୍ପାଞ୍ଜଳୀ ନିଙ୍ଗୀ, ବିଡିଓ ସୌମ୍ୟରଞ୍ଜନ ସ୍ୱାଇଁ, ତହସିଲଦାର ନବୀନ କିଶୋର ପାଢୀ,ମ୍ୟାନେଜିଂ ଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ, ଟ୍ରଷ୍ଟ ସମ୍ପାଦକ ଜନ୍ମେଜୟ ସ୍ୱାଇଁ, ପୀଠ ମହନ୍ତ ବାବା ସନ୍ୟାସୀ ଦାସ, କମିଟି ସଦସ୍ୟ ସୁମନ୍ତ ପଟେଲ, ମହାଦେବ ବଗର୍ତ୍ତୀ, କାର୍ତ୍ତିକ ଭୋଇ, ରଘୁନାଥ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।