କଟକ / ଚନ୍ଦ୍ରଶେଖର ପତି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ ସମାଜସେବୀ ସବିତା ରାଣୀ ଦାଶ ଙ୍କ ନେତୃତ୍ୱ ରେ ଏକ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ହୋଇଯାଇଛି | କଟକ ସଦର ୪୨ ମୌଜ଼ା ଝାରକଟା ପଞ୍ଚାୟତ ବେଣ୍ଟକାର ସ୍ଥିତ ପଟଣାରେ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟା ଅର୍ପଣ କରାଯାଇଛି | ଏହି ଅବସରରେ ବିଜେପି କାର୍ଯ୍ୟକର୍ତ୍ତା ଅସୀମ ଦାସ, ପ୍ରବେଶ ରାଉତ, ଅମର ଦାସ, ଶିବାନୀ ମୁଦୁଲି, ସୁଜାତା ରାଣୀ ଦାସ, ଜଲି ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ |