ମଣିପୁର: ଥମିବାର ନାଁ ନେଉନି ମଣିପୁର ହିଂସା । ପୁଣି କୁକି ଓ ମୈତୀ ସମ୍ପ୍ରଦାୟ ମଧ୍ୟରେ ଲଗାତର ଗୁଳିବିନିମୟ ଜାରି ରହିଛି । ଫଳରେ ଏଥିରେ ୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୮ ଜଣ ଆହତ ହୋଇଛନ୍ତି । ବିଷ୍ଣୁପୁର ଜିଲ୍ଲାର ଖୋଇରାଣ୍ଟକର ପାଦଦେଶ ଓ ଚୁରାଚାନ୍ଦପୁର ଜିଲ୍ଲାର ଚିଙ୍ଗାପେଇ ଓ ଖୌସାବୁଙ୍ଗ ଅଞ୍ଚଳରେ ଏହି ଗୁଳି ବିନିୟମ ହୋଇଥିବା ଜାଣିବାକୁୂ ମିଳିଛି । ଅଗଷ୍ଟ ୨୯ ତାରିଖରୁ କୁକିସ୍ ଏବଂ ମାଇଟିସ୍ ମଧ୍ୟରେ ଲଗାତାର ଗୁଳି ବିନିମୟ ଜାରି ରହିଥିବା ବେଳେ ଏଥିରେ ଜଣେ ୩୦ ବର୍ଷୀୟ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ ହୋଇଥିଲା । ପରେ ଗୁରୁବାର ସକାଳୁ ପୁଣି ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଏନେଇ ଚୁରାଚାନ୍ଦପୁର ଜିଲ୍ଲାରେ ଜରୁରୀକାଳୀନ ବନ୍ଦ ଡାକରା ଦେଇଛି ।