ଏନସିଇଆରଟି ଅଷ୍ଟମ ଶ୍ରେଣୀ ପୁସ୍ତକରେ ‘ନ୍ୟାୟପାଳିକାରେ ଦୁର୍ନୀତି’ ଉଲ୍ଲେଖକୁ ନେଇ ସୁପ୍ରିମକୋର୍ଟର ଉଦବେଗ

ନୂଆଦିଲ୍ଲୀ: ଏନସିଇଆରଟିର ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରେ ‘ନ୍ୟାୟପାଳିକାରେ ଦୁର୍ନୀତି’ ସମ୍ପର୍କିତ ଉଲ୍ଲେଖକୁ ନେଇ Supreme Court of Indiaର ପ୍ରଧାନ ବିଚାରପତି Justice Surya Kant ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଆଜି ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ Abhishek Manu Singhvi ଓ Kapil Sibal ଏହି ବିଷୟରେ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନ୍ୟାୟପାଳିକାରେ ଦୁର୍ନୀତି ବିଷୟ ପଢ଼ାଯାଉଥିବା ନେଇ ପ୍ରଧାନ ବିଚାରପତି ଗଭୀର ଚିନ୍ତା ବ୍ୟକ୍ତ କରିଥିଲେ। ପ୍ରଧାନ ବିଚାରପତି କହିଛନ୍ତି, କୌଣସି ସଂସ୍ଥାକୁ ବଦନାମ କିମ୍ବା ଅପମାନିତ ହେବାକୁ ଦିଆଯିବ ନାହିଁ। ଏହା ସମ୍ପୂର୍ଣ୍ଣ ନିନ୍ଦନୀୟ ବୋଲି ସେ ମତ ପ୍ରକାଶ କରିଥିଲେ। ସେ ଆହୁରି କହିଥିଲେ, “ଯିଏ ଯେତେ ବଡ଼ ହୁଅନ୍ତୁ ନା କାହିଁକି, ଆଇନ ତାହାର କାମ କରିବ। ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଉଲ୍ଲେଖନୀୟ ଯେ, National Council of Educational Research and Training (ଏନସିଇଆରଟି) ପକ୍ଷରୁ ପ୍ରସ୍ତୁତ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରେ ନ୍ୟାୟପାଳିକା ସମ୍ପର୍କିତ ଅଧ୍ୟାୟରେ ଦୁର୍ନୀତି ବିଷୟରେ କିଛି ଅଂଶ ଥିବା କୁହାଯାଉଛି। ଏହି ଉଲ୍ଲେଖକୁ ନେଇ ଆଇନ ମହଳରେ ଚର୍ଚ୍ଚା ଜୋରଦାର ହୋଇଛି। ସୁପ୍ରିମକୋର୍ଟଙ୍କ ଏହି ମତାମତ ପରେ ଆଗାମୀଦିନରେ ଏନସିଇଆରଟି ପକ୍ଷରୁ କିପରି ପଦକ୍ଷେପ ଗ୍ରହଣ କରାଯିବ, ସେଥିପାଇଁ ସମସ୍ତଙ୍କ ନଜର ରହିଛି।